ନୂଆପଡ଼ା ଉପନିର୍ବାଚନରେ ବାପାଙ୍କୁ ପଛରେ ପକାଇଲା ପୁଅ । ସବୁ ରେକର୍ଡ ଭାଙ୍ଗି ବିଜୟ ହୋଇଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ଲଗାତାର ଭାବରେ ସବୁ ରାଉଣ୍ଡରେ ପ୍ରଥମ ସ୍ଥାନରେ ରହି ବିଜୟ ହାସଲ କରିଛନ୍ତି ଜୟ ଢୋଲକିଆ । ବୃହତ ବ୍ୟବଧାନରେ ଏକତରଫା ଭାବେ ଭୋଟ୍ ପୋଛି ନେଇଛନ୍ତି ଭାରତୀୟ ଜନତା ପାର୍ଟୀର ପ୍ରାର୍ଥୀ ଜୟ ଢୋଲକିଆ । ନୂଆପଡ଼ା ପାଇଲା ନୂଆ ବିଧାୟକ । ୮୩ ହଜାର ୭୪୮ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ଢୋଲକିଆ । ଭୋଟ୍ ଗଣତି ଶେଷ ରାଉଣ୍ଡରେ ଢୋଲକିଆଙ୍କୁ ୧୨୩୮୬୯ ଭୋଟ୍ ପାଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ବିଜେଡିର କଂଗ୍ରେସର ଘାସିରାମ ଓ ତୃତୀୟରେ ବିଜେଡିର ସ୍ନେହାଙ୍ଗିନି ଛୁରିଆ ରହିଛନ୍ତି । ଦ୍ୱିତୀୟ ସ୍ଥାନରେ କଂଗ୍ରେସର ଘାସିରାମଙ୍କୁ ୪୦୧୨୧ଭୋଟ୍ ଓ ତୃତୀୟ ସ୍ଥାନରେ ସ୍ନେହାଙ୍ଗିନି ଛୁରିଆଙ୍କୁ ୩୮୪୦୮ ଭୋଟ୍ ମିଳିଛି । ସୂଚନା ଯୋଗ୍ୟ; ଜୟ ଢୋଲକିଆ ନିଜ ବାପା ରାଜେନ୍ଦ୍ର ଢୋଲକିଆ ଙ୍କୁ ମଧ୍ୟ ଟପି ଯାଇଛନ୍ତି । ରାଜେନ୍ଦ୍ର ଢୋଲକିଆ ଗତ ସାଧାରଣ ନିର୍ବାଚନରେ ୩୩.୬୫ ପ୍ରତିଶତ ମତଦାନ ସହିତ ୬୧,୮୨୨ ଖଣ୍ଡ ଭୋଟ୍ ପାଇଥିଲେ । ଚଳିତବର୍ଷ ଉପନିର୍ବାଚନରେ ରେକର୍ଡ ୮୩.୪୫ ପ୍ରତିଶତ ମତଦାନ ହୋଇଛି । ୨୦୨୪ ବିଧାନସଭା ନିର୍ବାଚନ ଅପେକ୍ଷା ୮ ପ୍ରତିଶତ ଅଧିକ ମତଦାନ ହୋଇଛି । ମୋଟ ୨୯ ରାଉଣ୍ଡରେ ଗଣତି ପରେ ବାଜି ମାରିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ଭୋଟ ଗଣତି ଆରମ୍ଭରୁ ହିଁ ଜୟ ଆଗରେ ରହିଥିଲେ । ଆଉ ତାଙ୍କ ତଳକୁ ଥିଲେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଏବଂ ତୃତୀୟରେ ଥିଲେ ସ୍ନେହାଙ୍ଗିନୀ ଛୁରିଆ । ଧିରେ ଧିରେ ଜୟଙ୍କ ଭୋଟ୍ ବ୍ୟବଧାନ ବଢ଼ିବାରେ ଲାଗିଥିଲା । ଆଉ ଜୟ ଗଣତିର ଶେଷ ପର୍ଯ୍ୟନ୍ତ ଆଗରେ ରହିଥିଲେ ଜୟ । ସେପଟେ କିନ୍ତୁ ବିଜେଡ଼ି ଓ କଂଗ୍ରେସ ପ୍ରାର୍ଥୀ ଉପର ତଳ ହୋଇଥିଲେ । ବିଜେଡ଼ି ଓ କଂଗ୍ରେସ ମଧ୍ୟରେ ଅଧିକ ଭୋଟ୍ ବ୍ୟବଧାନ ନ ଥିବା ଦେଖିବାକୁ ମିଳିଛି । Post navigation Nuapada Bypoll Result: ନୂଆପଡ଼ା ଉପନିର୍ବାଚନ; ୨୧ ରାଉଣ୍ଡ ସୁଦ୍ଧା ୧ ଲକ୍ଷ ଟପିଲା ଜୟ ଢୋଲକିଆଙ୍କୁ ମିଳିଥିବା ଭୋଟ୍