Counting of votes begins in Nuapada
ଆରମ୍ଭ ହେଲା ନୂଆପଡ଼ା ଉପନିର୍ବାଚନ ଭୋଟ୍ ଗଣତି । କଡ଼ା ସୁରକ୍ଷା ଭିତରେ ଖୋଲିଲା ଷ୍ଟ୍ରଙ୍ଗରୁମ୍ । ନୂଆପଡ଼ା ନ୍ୟାସନାଲ୍ କଲେଜରେ ସୁରକ୍ଷା କଡ଼ାକଡ଼ି କରାଯାଇଛି ।ପ୍ରାରମ୍ଭିକ ଗଣତି ଅନୁଯାୟୀ, ପ୍ରଥମ ରାଉଣ୍ଡରେ ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆ ୩୫୪୭ ଭୋଟରେ ଆଗୁଆ ଅଛନ୍ତି
 
ନୂଆପଡ଼ା ପାଇଁ ହେବ ୨୬ ରାଉଣ୍ଡ୍ ଗଣତି । ଭୋଟ୍ ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଗଣତି ପାଇଁ ମୋଟ୍ ୧୪ ଗୋଟି ଟେବୁଲ୍ ପ୍ରସ୍ତୁତ ହୋଇଛି । ପୂର୍ବରୁ ଭୋଟ ଗଣତି ପ୍ରକ୍ରିୟାକୁ ସ୍ଵଚ୍ଛ, ସୁସ୍ଥ ଓ ପାରଦର୍ଶୀ ଭାବରେ କରିବାକୁ ଆବଶ୍ୟକ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ।
 
ଉପନିର୍ବାଚନରେ ରେକର୍ଡ ୮୩.୪୫ ପ୍ରତିଶତ ମତଦାନ ହୋଇଛି । ୨୦୨୪ ବିଧାନସଭା ନିର୍ବାଚନ ଅପେକ୍ଷା ୮ ପ୍ରତିଶତ ଅଧିକ ମତଦାନ ହୋଇଛି । ରେକର୍ଡ ସଂଖ୍ୟକ ମତଦାନ ହୋଇଥିବାରୁ ନୂଆପଡ଼ାକୁ ନେଇ ବିଜୟ ଅଙ୍କ କଷୁଛନ୍ତି ବିଜେପି, ବିଜେଡି ଓ କଂଗ୍ରେସ । ମୋଟ୍‌ ୧୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣର ସମୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । 
counting-of-votes-begins-in-nuapada

By Nirvay

Leave a Reply

Your email address will not be published. Required fields are marked *