ରଣଜୀରେ ଓଡ଼ିଶାର ପୁଣି ଏକ ଲଜ୍ଜାଜନକ ପରାଜୟ।ନାଗପୁରରେ ବିଦର୍ଭଠାରୁ ୧୦୦ ରନ୍‌ରେ ହାରିଲା ଓଡ଼ିଶା ।ବିଦର୍ଭ ୨୮୬ ଓ ୨୧୮ ରନ ହୋଇଥିବା ବେଳେ ଓଡ଼ିଶା କରିଥିଲା ୧୬୦ ଓ ୨୪୪ ରନ । ଚଳିତ ସିଜିନ୍‌ରେ ଚତୁର୍ଥ ମ୍ୟାଚ୍‌ରେ ଏହା ଓଡ଼ିଶାର ୩ୟ ପରାଜୟ।  ଏଲିଟ୍‌ ଗ୍ରୁପ୍‌ ଏ’ରେ ଗୋଟିଏ ପଏଣ୍ଟ ସହ ସପ୍ତମ ସ୍ଥାନରେ ଓଡ଼ିଶା। ଏହାପରେ ଦଳର ମୁଖ୍ୟ କୋଚ୍‌ଙ୍କ ଭୂମିକା ଓ ଦାୟିତ୍ବକୁ ନେଇ ଉଠିଲା ପ୍ରଶ୍ନ ।

ନାଗପୁରରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ଓଡ଼ିଶାକୁ ୧୦୦ ରନରେ ହାରିଛି। ରଣଜୀ ଚାମ୍ପିୟନ ବିଦର୍ଭ ବିପକ୍ଷରେ ବିଜୟୀ ହେବାକୁ ଓଡ଼ିଶାକୁ ୩୪୫ ରନ୍‌ର ଲକ୍ଷ୍ୟ ମିଳିଥିଲା। ଏହାକୁ ପିଛା କରି ଓଡ଼ିଶା ଟିମ ୨୪୪ ରନରେ ଅଲଆଉଟ ହୋଇ ଯାଇଛି। ‌ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଓଡ଼ିଶା କୌଣସି ୱିକେଟ୍ ନ ହରାଇ ୪୪ ରନ୍ କରିଥିଲା। ଆଜି ଦଳ ବିଜୟ ଠାରୁ ୩୦୧ ରନ ଦୂରରେ ଥିବା ବେଳେ ପୂରା ଟିମ ୨୪୪ ରନରେ ଅଲଆଉଟ ହୋଇ ଯାଇଥିଲା।

ସୂଚନା ଯୋଗ୍ୟ; ଟସ୍‌ ଜିତି ପ୍ରଥମେ ବୋଲିଂ କରୁଥିବା ଓଡ଼ିଶା ପ୍ରଥମ ଇଂନିସରେ ବିଦର୍ଭକୁ ୨୮୬ ରନରେ ଆଉଟ୍ ହୋଇଥିବା ବେଳେ ଓଡ଼ିଶା ପ୍ରଥମ ଇନିଂସରେ ମାତ୍ର ୧୬୦ ରନ କରି ଅଲଆଉଟ ହୋଇଯାଇଥିଲା। ଏହାପରେ ବିଦର୍ଭ ଦ୍ୱିତୀୟ ପାଳିରେ ୨ ୱିକେଟ ହରାଇ ୨୧୮ କରିବା ପରେ ପାଳି ଘୋଷଣା କରିଥିଲା। ଫଳରେ ଓଡ଼ିଶାକୁ ୩୪୫ ରନର ବିଜୟ ଟାର୍ଗେଟ ମିଳିଥିଲା। କିନ୍ତୁ ଓଡ଼ିଶା ୨୪୪ ରନରେ ଅଲଆଉଟ ହୋଇଯାଇଛି।

Leave a Reply

Your email address will not be published. Required fields are marked *