ନୂଆପଡ଼ା ଉପନିର୍ବାଚନ ପାଇଁ ଚାଲିଛି ଭୋଟିଂ । ଭୋଟ ଦେଉଛି ନୂଆପଡ଼ାବାସୀ । ଦିନ ୩ଟା ସୁଦ୍ଧା ନୂଆପଡ଼ାରେ ୬୫.୫୬ ପ୍ରତିଶତ ଭୋଟିଂ ହୋଇଛି । ନେତାଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକମାନେ ଆସି ମତଦାନ କରୁଛନ୍ତି। ଏହି ନିର୍ବାଚନରେ ଶାସକ ବିଜେପି, ବିଜେଡି, କଂଗ୍ରେସ ସମେତ ମୋଟ ୧୧ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ନୂଆପଡା ଉପନିର୍ବାଚନ ପାଇଁ ମୋଟ ୩୫୮ ବୁଥରେ ଚାଲିଛି ଭୋଟ ଗ୍ରହଣ । ୩୧୧ ଟି ବୁଥରେ ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ମତାଦାନା ହେବା ବେଳେ ବାକି ୪୭ ବୁଥରେ ସକାଳ ୭ରୁ ଅପରାହ୍ନ ୫ଟା ଯାଏ ଚାଲିବ ଭୋଟ ଗ୍ରହଣ ପ୍ରକ୍ରିୟା । ଉପନିର୍ବାଚନ ପାଇଁ ୩୫୮ ବୁଥରେ ୨ ଲକ୍ଷ ୫୩ ହଜାର ୬୨୪ ଭୋଟର ମତଦାନ ସାବ୍ୟସ୍ତ କରିବା ବେଳେ ସେଥିମଧ୍ୟରୁ ମହିଳା ଭୋଟର ୧ ଲକ୍ଷ ୨୯ ହଜାର ୪୯୫ , ପୁରୁଷ ଭୋଟର ୧ଲକ୍ଷ ୨୪ ହଜାର ୧୦୮ ଓ ୨୧ ଜଣ ତୃତୀୟ ଲିଙ୍ଗୀ ଭୋଟର୍ ରହିଛନ୍ତି । ମାଓବାଦୀ ପ୍ରବଳ ଅଞ୍ଚଳ ହୋଇଥିବାରୁ ଏଠାକୁ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟରର ବ୍ୟବସ୍ଥା କରାଯାଇଛି । Post navigation Nuapada Byboll: ନୂଆପଡ଼ା ଉପନିର୍ବାଚନ; ଭୋଟ ଗୋପନୀୟତା ଉଲ୍ଲଂଘନ ପାଇଁ ଆଉ ଜଣେ ପ୍ରିଜାଇଡିଂ ଅଫିସର ସସ୍ପେଣ୍ଡ Ranji Trophy: ରଣଜୀରେ ଓଡ଼ିଶାର ଲଜ୍ଜାଜନକ ପରାଜୟ