ନୂଆଦିଲ୍ଲୀର ଐତିହାସିକ ସ୍ଥଳୀ ଲାଲକିଲ୍ଲା ନିକଟରେ ଆଜି ସନ୍ଧ୍ୟାରେ ଏକ ବଡ଼ଧରଣର ବିସ୍ଫୋରଣ ଘଟିବା ପରେ ଓଡ଼ିଶାରେ କଡ଼ା ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୋଲିସ ଡିଜିଙ୍କ ସହ ଆଲୋଚନା କରିଛନ୍ତି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ପୁରୀ ସମେତ ରାଜଧାନୀ ଭୁବନେଶ୍ୱର ଏବଂ ହୀରାକୁଦ ଡ୍ୟାମ୍ ରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବାଲିଯାତ୍ରା ଚାଲିଥିବାରୁ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେବାସହ ପ୍ରମୁଖ ସହର ଓ ସମ୍ୱେଦନଶୀଳ ସ୍ଥାନରେ ସୁରକ୍ଷା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଭୁବନେଶ୍ୱର ଓ ପୁରୀ ବି ହାଇଆଲର୍ଟ ରେ ଥିବା ସୂଚନା ମିଳିଛି । ରାଜଧାନୀର ସବୁ ପ୍ରବେଶ ଓ ପ୍ରସ୍ଥାନ ପଥରେ କଡ଼ା ଯାଞ୍ଚ ନିର୍ଦ୍ଦେଶ ସହ ରେଲୱେ ଷ୍ଟେସନ ଓ ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି । ଏହା ସହିତ ସମସ୍ତ ହୋଟେଲ୍ରେ ସର୍ଚ୍ଚ କରିବାକୁ ଆଇଆଇସିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ସାଧାରଣ ଲୋକଙ୍କ ଜୀବନହାନି ନେଇ ଦୁଃଖପ୍ରକାଶ କରିବାସହିତ ମୁଖ୍ୟମନ୍ତ୍ରୀ ଘଟଣାର କଡ଼ା ନିନ୍ଦା କରିଛନ୍ତି । କହିରଖୁଛୁ ଯେ, ଆଜି ଦିଲ୍ଲୀ ଲାଲକିଲ୍ଲା ମେଟ୍ରୋ ଗେଟ୍ ନମ୍ବର ୧ ନିକଟରେ ଏକ କାରରେ ବିସ୍ପୋରଣ ଘଟି ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ତେବେ ବିସ୍ଫୋରଣ ପଛରେ କାରଣ ଜଣାପଡ଼ି ନାହିଁ । ଏହା ପରେ ଦିଲ୍ଲୀ ଓ ମୁମ୍ବାଇରେ ହାଇଆଲର୍ଟ ଜାରି କରାଯାଇଛି । Post navigation Pramod Bhagat bags Triple Gold: ଜାପାନ ପାରା ବ୍ୟାଡମିଣ୍ଟନରେ ପ୍ରମୋଦ ଭଗତଙ୍କୁ ୩ ସ୍ଵର୍ଣ୍ଣ ପଦକ Nuapada Bypoll: ନୂଆପଡା ବିଧାନ ସଭା ଆସନକୁ ବିଜେପି ଚଞ୍ଚକତା କରି ହାତେଇବାକୁ ଊଦ୍ୟମ କରୁଛି: କଂଗ୍ରେସ