ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ୍ ଜିଲ୍ଲାର ଚିନ୍ନାଟେକୁର ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ହାଇଦ୍ରାବାଦ-ବେଙ୍ଗାଲୁରୁ NHରେ ବସରେ ଲାଗିଲା ନିଆଁ।ହାଇଦ୍ରାବାଦରୁ ବେଙ୍ଗାଲୁରୁ ଯାଉଥିବା ଏକ ଯାତ୍ରୀବାହୀ ବସ୍‌ ‘କାବେରୀ ଟ୍ରାଭେଲ୍ସ’ ହଠାତ୍ ନିଆଁ ଲାଗିଯାଇଥିଲା। ବାଇକ୍ ସହ ଧକ୍କା ଦେବା ପରେ ରାସ୍ତା ଉପରେ ହିଁ ଜଳି ଯାଇଛି ବସ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ସମ୍ପୂର୍ଣ୍ଣ ବସ୍ ଟି କିଛି ମିନିଟ୍ ମଧ୍ୟରେ ପାଉଁଶ ହୋଇଯାଇଥିଲା।

ସୂଚନା ଯୋଗ୍ୟ, କୁର୍ଣ୍ଣୁଲ ଚିନ୍ନା ଟେକୁରୁ ଗାଁ ନିକଟରେ ଗତକାଲି ରାତିରେ ବସଟେ ହାଇଦ୍ରାବାଦରୁ ବେଙ୍ଗାଲୁରୁକୁ NHରେ ଯାଉଥିବା ବେଳେ ବସରେ ଲାଗିଥିଲା ନିଆଁ। ଏହା ପୂର୍ବରୁ ହାଇୱେରେ ବସ୍ ଟି ଏକ ଦୁଇ ଚକିଆ ଗାଡ଼ି ସହିତ ଧକ୍କା ହୋଇଥିଲା, ଯାହା ଫଳରେ ନିଆଁ ଲାଗିଯାଇଥିବା ସନ୍ଦେହ କରାଯାଉଛି। ଦୁର୍ଘଟଣା ସମୟରେ ବସ୍‌ ଭିତରେ ଯାତ୍ରୀ ଥିଲେ। ବସରେ ଥିବା ୪୧ରୁ ଅଧିକ ଯାତ୍ରୀଙ୍କ ମଧ୍ୟରୁ ୨୦ ଜଣ ଜୀବନ୍ତ ଜଳି ଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତି ।

ସ୍ଥାନୀୟ ବାସିନ୍ଦା ଏବଂ ପୋଲିସ ମିଳିତ ଭାବରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଅଗ୍ନିଶମ ବାହିନୀ ଗାଡ଼ିଗୁଡ଼ିକ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବା ଆରମ୍ଭ କରିଛନ୍ତି। ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ କୁର୍ଣ୍ଣୁଲ୍ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ସେମାନଙ୍କର ଚିକିତ୍ସା ଚାଲିଛି।

ଅନ୍ୟପଟେ ଏହି ଘଟଣା ବିସୟରେ ଜାଣି ଦୁଃଖ ପ୍ରକାଶ କରିବା ସହ ଆହତଙ୍କ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ସହ ସହାୟତା ରାଶି ଘୋଷଣା ପ୍ରଧାନମନ୍ତ୍ରୀ । ମୃତକଙ୍କ ପରିବାର ବର୍ଗଙ୍କୁ ୨ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରାଯାଇଛି । ଏହା ସହ ଆହତଙ୍କୁ ୫୦ ହଜାର ଲେଖାଏଁ ଅନୁକମ୍ପାମୂଳକ ସହାୟତା ମିଳିବ ବୋଲି ଘୋଷଣା କରିଛନ୍ତି ମୋଦି ।

Leave a Reply

Your email address will not be published. Required fields are marked *