ବିହାର ନିର୍ବାଚନ ପାଇଁ ବିଜେପି ଆଜି ଦ୍ୱିତୀୟ ପ୍ରାର୍ଥୀ ତାଲିକା ଜାରି କରିଛି । ଦ୍ବିତୀୟ ପର୍ଯ୍ୟାୟରେ ୧୨ ଜଣିଆ ତାଲିକା ଘୋଷଣା କଲା ବିଜେପି। ଚର୍ଚ୍ଚାରେ ଥିବା ଲୋକପ୍ରିୟା ଗାୟିକା ମୈଥିଲୀ ଠାକୁରଙ୍କୁ ଦଳ ପ୍ରାର୍ଥୀ କରିଛି । ମୈଥିଲୀଙ୍କୁ ଅଲୀନଗର ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦିତା କରିବେ । ଠାକୁର କିଛି ଦିନ ପୂର୍ବରୁ ବିଜେପିରେ ଯୋଗ ଦେଇଥିଲେ । ସେହିପରି ବକ୍ସର ଆସନରୁ ଲଢ଼ିବେ ପୂର୍ବତନ IPS ଅଫିସର ଆନନ୍ଦ ମିଶ୍ରା । ଏହା ସହିତ ହାୟାଘାଟରୁ ରାମଚନ୍ଦ୍ର ପ୍ରସାଦ, ମୁଜାଫରପୁରରୁ ରଞ୍ଜନ କୁମାର, ଗୋପାଲଗଞ୍ଜରୁ ସୁଭାଷ ସିଂହ, ବନିୟାପୁରରୁ କେଦାର ନାଥ ସିଂହ, ଛପରାରୁ ଛୋଟୀ କୁମାରୀ, ସୋନପୁରରୁ ବିନୟ କୁମାର ସିଂହ, ରୋସେରାରୁ ବିରେନ୍ଦ୍ର କୁମାର, ବାଢ଼ରୁ ସିୟାରାମ ସିଂହ, ଅଗିଆଂବରୁ ମହେଶ ପାସୱାନ ଏବଂ ଶାହପୁର ରାକେଶ ଓଝାଙ୍କୁ ଦଳ ପ୍ରାର୍ଥୀ କରିଛି । ଗତକାଲି ଏନଡିଏ ମେଣ୍ଟ ପକ୍ଷରୁ ବିଜେପି ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା । ପ୍ରଥମ ପର୍ଯ୍ୟାୟରେ ବିଜେପି ୭୧ ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା । ପାର୍ଟିର ପ୍ରଥମ ଲିଷ୍ଟରେ ୯ ମହିଳାଙ୍କ ନାଁ ଥିଲା ଓ ଦ୍ୱିତୀୟ ତାଲିକାରେ ଦୁଇ ମହିଳା ପ୍ରାର୍ଥୀଙ୍କ ନାଁ ରହିଛି । ସୂଚନା ଯୋଗ୍ୟ; ବିହାରରେ ଚଳିତ ଥର ଦୁଇଟି ପର୍ଯ୍ୟାୟରେ ମତଦାନ ହେବ । ପ୍ରଥମ ପର୍ଯ୍ୟାୟ ଭୋଟିଂ ନଭେମ୍ୱର ୬ରେ ଓ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ନଭେମ୍ୱର ୧୧ରେ ହେବ । ପ୍ରଥମ ପର୍ଯ୍ୟାୟ ଭୋଟିଂ ୧୮ ଜିଲ୍ଲାର ୧୨୧ ବିଧାନସଭା ଆସନରେ ହେବ । ପ୍ରଥମ ପର୍ଯ୍ୟାୟ ପାଇଁ ନାମାଙ୍କନ ପ୍ରକ୍ରିୟା ଚାଲିଛି ଓ ଅକ୍ଟୋବର ୧୭ ନାମାଙ୍କନ ଦାଖଲର ଶେଷ ତାରିଖ । ନଭେମ୍ୱର ୧୪ରେ ଭୋଟ୍ ଗଣତି ହେବ । Post navigation High drama outside Congress Bhawan: ନାଣ୍ଡୁ ଧଳ ଜଣେ ଅପରାଧିକ ଚରିତ୍ରର ବ୍ୟକ୍ତି: ଭକ୍ତ ଦାସ Snehangini Chhuria Bjd candidate: ନୂଆପଡ଼ା ଉପନିର୍ବାଚନ; ସ୍ନେହାଙ୍ଗିନୀ ଛୁରିଆ ହେଲେ ବିଜେଡିର ପ୍ରାର୍ଥୀ