Nuapada Bypoll : Jai Dholakia seeks blessings of Basant Panda
ଭାରତୀୟ ଜନତା ପାର୍ଟିରେ ମିଶିବା ପରେ ଆଜି ନୂଆପଡ଼ା ପୂର୍ବତନ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ପୂର୍ବତନ ରାଜ୍ୟ ସଭାପତି, ପୂର୍ବତନ ସାଂସଦ ତଥା ପୂର୍ବତନ ବିଧାୟକ ବସନ୍ତ ପଣ୍ଡାଙ୍କୁ ଭେଟି ତାଙ୍କ ଆଶୀର୍ବାଦ ନେଇଛନ୍ତି ।
 
ଜୟ ଢୋଲକିଆ ବସନ୍ତ ପଣ୍ଡାଙ୍କୁ ପିତୃତୁଲ୍ୟ ବୋଲି କହିଛନ୍ତି । ଢୋଲକିଆ ସମସ୍ତ ବରିଷ୍ଠ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଠାରୁ ଆଶୀର୍ବାଦ ନେଇଛନ୍ତି ବୋଲି ତାଙ୍କ ସୋସିଆଲ ମେଡିଆରେ ପୋଷ୍ଟ କରିଛନ୍ତି ।
 
ନୂଆପଡ଼ା ଉପନିର୍ବାଚନ ପାଇଁ ତିନି ପ୍ରମୁଖ ରାଜନୈତିକ ଦଳର କସରତ ଆରମ୍ଭ ହୋଇଯାଇଛି । ଜୟ ଢୋଲକିଆ ବିଜେପିରେ ମିଶିବା ପୂର୍ବରୁ ପୂର୍ବତନ ନୂଆପଡ଼ା ବିଧାୟକ ବସନ୍ତ ପଣ୍ଡାଙ୍କ ସହିତ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ବଡ଼ ବୈଠକ ହୋଇଥିଲା ।
Nuapada Bypoll : Jai Dholakia seeks blessings of Basant Panda
 
ଭାଜପାର ପ୍ରାର୍ଥୀ ଜୟ ହେବା ନେଇ ଏକପ୍ରକାର ନିଶ୍ଚତ ହେବା ପରେ ବିଜେଡିରୁ କିଏ ହେବେ ପ୍ରାର୍ଥୀ ତାହାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ ମନୋଜ ମିଶ୍ର ପ୍ରାର୍ଥୀ ହୋଇପାରନ୍ତି ବୋଲି ସୂଚନା ମିଳିଛି ।
 
ସେପଟେ ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ଆଗାମୀ ନିର୍ବାଚନରେ ନୁଆପଡା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଦଳର ପ୍ରାର୍ଥୀ ଭାବରେ ଘାସିରାମ ମାଝୀଙ୍କ ନାମ ଘୋଷଣା କରିଛି ।
 
କହିରଖୁଛୁ ଯେ, ଗତ ନିର୍ବାଚନରେ ବସନ୍ତ ପଣ୍ଡାଙ୍କୁ ପୁଅ ଅଭିନନ୍ଦନ ପଣ୍ଡାଙ୍କୁ ବିଜେପି ଦଳର ପ୍ରାର୍ଥୀ କରିଥିଲା । ହେଲେ ସେଠାରେ ସେ ଭଲ ପ୍ରଦର୍ଶନ କରିପାରି ନ ଥିଲେ । ତାଙ୍କୁ ତୃତୀୟ ସ୍ଥାନରେ ରହିବାକୁ ପଡ଼ିଥିଲା ।

By Nirvay

Leave a Reply

Your email address will not be published. Required fields are marked *