coconut is playing vital role in Odisha politics

ଏବେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ପଇଡ଼ ପିଉଥିବା ଭିଡିଓଟି ବେଶ ଭାଇରାଲ ହେଉଛି । ସେ ପଇଡ଼ ପିଇବା ପରେ ଦୋକାନୀଙ୍କୁ ୧୦୦୦ ଟଙ୍କା ଦେଇଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପୂର୍ବରୁ ପଇଡ଼ ପିଇ ଦୋକାନୀଙ୍କୁ ୫୦୦ ଟଙ୍କା ଦେଇଥିଲେ । ଓଡ଼ିଶା ରାଜନୀତିରେ ସବୁ ସେଇ ପଇଡ଼ର ଖେଳ ।

ନୂଆପଡ଼ା ଉପନିର୍ବାଚନକୁ ନେଇ ରାଜନୈତିକ ପାଣିପାଗ ସରଗରମ ହେଉଥିବା ବେଳେ ପଇଡ଼ ପିଇବା ଭିଡିଓଟି ନୂଆ ଆଲୋଚନା ପାଇଁ ଖୋରାକ ଯୋଗାଇଛି । ପଇଡ଼ ପିଇ ନବୀନଙ୍କଠାରୁ ଡବଲ ପଇସା ଦେବା ଭଳି ନିର୍ବାଚନ ଜିତିବାକୁ ମଧ୍ୟ ଡବଲ ପାୱାର ଲଗାଇଛନ୍ତି ମୋହନ ସରକାର । ରଣନୀତି ପ୍ରସ୍ତୁତ କରିବା ସହ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ।

୨୦୨୪ ସାଧାରଣ ନିର୍ବାଚନ ଭଳି ନବୀନ ବାବୁଙ୍କ ରଣନୀତି କିଛି ବୁଝାପଡୁନି । ବିଜେଡିରେ ହାହାକାର ପଡିଛି । ନୂଆପଡ଼ା ବିଧାନସଭା କ୍ଷେତ୍ରରୁ ଦିବଂଗତ ନେତା ରାଜେନ୍ଦ୍ର ଢୋଲକିଆ ଚାରି ଚାରି ଥର ନିର୍ବାଚିତ ହୋଇଥିବା ବେଳେ ଏବେ ବିଜେଡି ନିର୍ବାଚନ ପ୍ରସ୍ତୁତି ନକରି ସୋଇପଡିବା ଭଳି ମନେ ହେଉଛି । ଅନ୍ୟପକ୍ଷରେ ଅଣଓଡ଼ିଆ ସର୍ବେସର୍ବାଙ୍କୁ ନେଇ ଦଳୀୟ ନେତା କର୍ମୀ ମୁଖିଆଙ୍କ ଉପରେ ଖପ୍ପା । ଏଭଳି ପରିସ୍ଥିତିରେ ବିଜେଡିର ନୂଆପଡ଼ା ଆସନ ଜିତିବାର କେତେ ସମ୍ଭାବନା ରହିଛି ତାହା ସନ୍ଦେହ ଘେରରେ ।

By Nirvay

Leave a Reply

Your email address will not be published. Required fields are marked *