ଟେଷ୍ଟ ସିରିଜ ଜିତିଲା ଭାରତ । ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ ଉପରେ କବଜା କଲା ଟିମ ଇଣ୍ଡିଆ । ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ୍କୁ ଭାରତ ଦ୍ୱିତୀୟ ଟେଷ୍ଟରେ ୭ୱିକେଟ୍‌ରେ ପରାସ୍ତ କରିଛି। ଦ୍ଵିତୀୟ ଇଂନିସରେ ଭାରତକୁ ୧୨୧ ରନର ଥିଲା ଟାର୍ଗେଟ । ପଞ୍ଚମ ଦିନରେ ଆବଶ୍ୟକ ଥିବା ୫୮ ରନ୍‌କୁ ଭାରତ ସହଜରେ ପ୍ରଥମ ଅଧିବେଶନରେ ହାସଲ କରିବା ସହିତ ‌ମ୍ୟାଚ୍‌ ‌ଜିତିଛି। ଏଥି ସହିତ ଭାରତ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାକୁ ୨-୦ରେ ଜିତିଲା ଭାରତ।

ଗତକାଲି ଦ୍ଵିତୀୟ ଇନିଂସରେ ଭାରତ ୬୩ ରନ କରିଥିବାବେଳେ ଆଜି ଖେଳ ଆରମ୍ଭର ଘଣ୍ଟାର ମଧ୍ୟରେ ଟାର୍ଗେଟ ହାସଲ କରିଥିଲା। ଏହି ମ୍ୟାଚ୍‌ର ପ୍ରଥମ ଇନିଂସ୍‌ରେ ଭାରତୀୟ ଦଳ ୫୧୮ ରନ୍‌ କରିଥିଲା। ଜବାବରେ ୱେଷ୍ଟଇଣ୍ଡିଜ୍ ପ୍ରଥମ ଇନିଂସ୍‌ରେ ୨୪୮ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା। ଏହାପରେ ଟିମ୍‌ ଇଣ୍ଡିଆ ଫଲୋଅନ୍‌ ଲାଗୁ କରିଥିଲା ଏବଂ ୱେଷ୍ଟଇଣ୍ଡିଜ୍ ପୁଣି ଥରେ ବ୍ୟାଟିଂ କରି ୩୯୦ ରନ୍‌ କରିଥିଲା। ଟିମ୍‌ ଇଣ୍ଡିଆକୁ ବିଜୟ ପାଇଁ ୧୨୧ ରନ୍‌ର ଟାର୍ଗେଟ ଦିଆଯାଇଥିଲା ଏବଂ ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ସେମାନେ ଗୋଟିଏ ୱିକେଟ୍ ହରାଇ ୬୩ ରନ୍‌ କରିଥିଲେ। ଭାରତକୁ ବିଜୟ ପାଇଁ ୫୮ ରନ୍‌ ଆବଶ୍ୟକ ଥିଲା।

Leave a Reply

Your email address will not be published. Required fields are marked *