ଆସନ୍ତା ୧୬ ତାରିଖରେ ନୂଆପଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୧୬ରେ ବିଜେପି ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ବେଳେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ । ନାମାଙ୍କନ ବେଳେ ଉପସ୍ଥିତ ସହ ବିଶାଳ ସମାବେଶ କରିବେ ମୁଖ୍ୟମନ୍ତ୍ରୀ । ଏ ନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟସଭା ସାଂସଦ ସୁଜିତ କୁମାର । ସେ କହିଛନ୍ତି ବିଜେପିରୁ ଜୟ ଢୋଲକିଆଙ୍କ ନାମ ଚୂଡ଼ାନ୍ତ ହୋଇସାରିଛି, କେବଳ ଔପଚାରିକ ଘୋଷଣା ବାକି ରହିଛି । ଆସନ୍ତା ୧୬ ତାରିଖରେ ଜୟ ନାମାଙ୍କନ ଦାଖଲ କରିବେ । ଏଥିରେ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ବିଜେପିର ବରିଷ୍ଠ ନେତାମାନେ ନାମାଙ୍କନ ଦାଖଲବେଳେ ଉପସ୍ଥିତ ରହିବେ । ଆଉ ସେହିଦିନ ମିଶ୍ରଣ ପର୍ବ ଅନୁଷ୍ଠିତ ହେବ । ବିରୋଧୀ ବିଜେଡ଼ି ଏବଂ କଂଗ୍ରେସର ପ୍ରାୟ ୨୦୦୦ କର୍ମୀ ବିଜେପିରେ ସାମିଲ ହେବେ । ସୂଚନା ଯୋଗ୍ୟ; ନୂଆପଡ଼ା ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇ ସାରିଥିବାବେଳେ ନାମାଙ୍କନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି । ଗତକାଲି ଠାରୁ ଆରମ୍ଭ କରି ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିପାରିବେ । ଏହାପରେ ୨୨ରେ ପ୍ରାର୍ଥୀପତ୍ର ଯାଞ୍ଚ ଏବଂ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ । ଅକ୍ଟୋବର ୨୪ ପୂର୍ବରୁ ନାମାଙ୍କନ ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ । ସେହିପରି ନଭେମ୍ବର ୧୧ ତାରିଖରେ ନୂଆପଡା ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ, ଏବଂ ୧୪ରେ ଭୋଟ ଗଣତି କରାଯାଇ, ଫଳାଫଳ ପ୍ରକାଶ ପାଇବ । Post navigation କ୍ୟାପିଟାଲ ଥାନା ଘେରିଲା ଅଟୋ ଚାଳକ ସଂଘ ଟେଷ୍ଟ ସିରିଜ ଜିତିଲା ଭାରତ