ରାତାରାତି କୋଟିପତି ହେଲେ ମାଛଧରାଳୀ। ଜାଲରେ ପଡ଼ିଲା ୧ କୋଟି ଟଙ୍କାର ୯୦ଟି ତେଲିଆ ଭୋଳା ମାଛ । ଓଡିଶା ସୀମାନ୍ତବର୍ତ୍ତୀ ପଶ୍ଚିମବଙ୍ଗ ଦୀଘା ମୁହାଣରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ତେଲିଆ ଭୋଳା ମାଛ । ପ୍ରତି ମାଛର ଓଜନ ୩୦ରୁ ୩୫ କେଜି । ପ୍ରାୟ ଏକ କୋଟି ଟଙ୍କାରେ ମାଛ ସବୁ ନିଲାମ କରାଯାଇଛି । କୋଲକାତାର ଏକ ଫାର୍ମା କମ୍ପାନୀ ଏହି ମାଛକୁ ପ୍ରାୟ ୧ କୋଟିରେ କିଣିଛି । ଏହି ମାଛର ପିତ୍ତ ଓ ଅନ୍ୟାନ୍ୟ ଅଂଶ ଔଷଧ ତିଆରିରେ ବ୍ୟବହାର ହୋଇଥାଏ । ସୂଚନା ଯୋଗ୍ୟ; ଗତକାଲି ଓଡିଶା ସୀମାନ୍ତବର୍ତ୍ତୀ ପଶ୍ଚିମବଙ୍ଗ ଦୀଘା କିଛି ମତ୍ସ୍ଯଜୀବୀ ଗଭୀର ସମୁଦ୍ରକୁ ମାଛ ମାରିବା ପାଇଁ ଯାଇଥିବା ବେଳେ ଜାଲରେ ତେଲିଆ ଭୋଲା ମାଛ ପଡ଼ିଥିଲେ । ମାଛ ଦେଖିବା ଲାଗି ଉତ୍ସୁକ ମତ୍ସ୍ୟଜୀବୀ ଓ ପର୍ଯ୍ୟଟକଙ୍କ ଅସମ୍ଭବ ଭିଡ଼ ଜମିଛି । ପ୍ରତିଥର ପରି ଏଥର ମଧ୍ୟ ଗୋଟିଏ ନୁହେଁକି ଦୁଇଟା ନୁହେଁ, ୯୦ଟି ତେଲିଆ ଶିଳା ମାଛ ଧରା ପଡ଼ିଛି । ଏହି ମାଛର ପିତ୍ତ ଓ ଅନ୍ୟ ଅଂଶ ଜୀବନ ରକ୍ଷାକାରୀ ଔଷଧ ଓ ପ୍ରସାଧନ ସାମଗ୍ରୀ ତିଆରିରେ ବ୍ୟବହୃତ ହୋଇଥାଏ । ଏହି ମାଛ ବିଦେଶକୁ ମଧ୍ୟ ରପ୍ତାନି କରାଯାଇ ଥାଏ, ସେଥିପାଇଁ ତେଲିଆ ଭୋଲା ମାଛର ବେଶ ଚାହିଦା ରହିଛି । ବିଶେଷଜ୍ଞମାନେ ଉଲ୍ଲେଖ କରିଛନ୍ତି ଯେ ତେଲିଆ ଭୋଳା ସାଧାରଣତଃ ଗଭୀର ସମୁଦ୍ର ଜଳରେ ମିଳିଥାଏ ଏବଂ ସମୁଦ୍ର ପର୍ବତ ନିକଟରେ ବହୁତ କମ୍ ଧରାଯାଏ। ମାଛର ମୂଲ୍ୟ ଏହାର ଲିଙ୍ଗ, ଆକାର ଏବଂ ଓଜନ ଦ୍ୱାରା ନିର୍ଣ୍ଣୟ କରାଯାଏ। Post navigation ଝିଅମାନେ ରାତିରେ କଲେଜ ବାହାରକୁ ଯିବା ଉଚିତ ନୁହେଁ: ମମତା ବାନାର୍ଜୀ ଗଳିଲା କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ଛାତ