ଓଡ଼ିଆ ଛାତ୍ରୀଙ୍କୁ ପଶ୍ଚିମବଙ୍ଗରେ ଗଣଦୁଷ୍କର୍ମ ମାମଲାକୁ ନେଇ ଫୋନ୍ ଯୋଗେ ପୀଡ଼ିତାଙ୍କ ବାପାଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପୀଡ଼ିତାଙ୍କ ବାପାଙ୍କୁ ସମବେଦନା ଜଣାଇ ଘଟଣା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡ଼ାଦାୟକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଚନ୍ତି ଓଡ଼ିଶାର ଜଣେ ଉଚ୍ଚ ପଦାଧିକାରୀ ପଶ୍ଚିମବଙ୍ଗ ସରକାରଙ୍କ ସହିତ ଯୋଗାଯୋଗରେ ରହି, ଯାହା ଆଇନଗତ ଏବଂ ଯେ କୌଣସି ଆବଶ୍ୟକ ସହାୟତା ଯୋଗାଇ ଦେବେ। ଏହା ସହ ରାଜ୍ୟ ସରକାର ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ପୂର୍ବରୁ ଗତକାଲି ଏହି ଘଟଣା ବିଷୟରେ ଜାଣିବା ପରେ ମୁଖ୍ୟମନ୍ତ୍ରୀ ଏହାକୁ ନିନ୍ଦନୀୟ କହି ନିଜ ସୋସିଆଲ ମିଡ଼ିଆରେ ଲେଖିଥିଲେ ଏହି ଖବର ଶୁଣି ମୁଁ ଗଭୀର ଭାବେ ମର୍ମାହତ। ଏହି ସମ୍ବେଦନଶୀଳ ଘଟଣାରେ ଅଭିଯୁକ୍ତମାନଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଦୃଢ଼ ଦାବି ଜଣାଉଛି। ମୁଁ ପୀଡ଼ିତାଙ୍କ ଆଶୁ ଆରୋଗ୍ୟ କାମନା କରୁଛି। ଏହା ସହ ପଦକ୍ଷେପ ନେବା ପାଇଁ ମୁଁ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି। ମୁଖ୍ୟମନ୍ତ୍ରୀଙ୍କ ସମେତ ପୀଡ଼ିତାଙ୍କ ପରିବାର ସହ ଆଲୋଚନା କରିଛନ୍ତି ବାଲେଶ୍ୱର ଜିଲ୍ଲାପାଳ । ଏ ନେଇ ସୂଚନା ଦେଇଛନ୍ତି ବାଲେଶ୍ଵର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ । ସେ କହିଛନ୍ତି ପୋଲିସ ଓ ସମାଜ ମଙ୍ଗଳ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ଦୁର୍ଗାପୁର ପ୍ରଶାସନ ଓ ପୀଡ଼ିତାଙ୍କ ପରିବାର ସହ ଯୋଗାଯୋଗରେ ପ୍ରଶାସନ ରହିଛି । ଅନ୍ୟପଟେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ଘଟଣାରେ ୩ ଜଣ ଅଭିଯୁକ୍ତକୁ ଦୁର୍ଗାପୁର ଥାନା ପୋଲିସ ଗିରଫ କରିଛି । ପୋଲିସ ଅଭିଯୁକ୍ତକୁ ଗିରଫ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ଘଟଣାସ୍ଥଳରେ ପୋଲିସ ପକ୍ଷରୁ ଡ୍ରୋନ୍ ସାହାଯ୍ୟରେ ତଦନ୍ତ କରାଯାଉଛି । ସୂଚନା ଯୋଗ୍ୟ; ଓଡ଼ିଶାର ଜଳେଶ୍ୱରର ବାସିନ୍ଦା ଛାତ୍ରୀ ଜଣକ ପଶ୍ଚିମବଙ୍ଗରେ ଦ୍ୱିତୀୟ ବର୍ଷର ମେଡିକାଲ କଲେଜରେ ପଢିଥିଲେ। ଶୁକ୍ରବାର ରାତି ପ୍ରାୟ ୮.୩୦ ରୁ ୯ ଟା ବେଳେ ସେ ଜଣେ ବନ୍ଧୁଙ୍କ ସହିତ ଖାଇବାକୁ ଯାଇଥିଲେ। ବାଟରେ ଦୁଇ କିମ୍ବା ତିନି ଜଣ ଯୁବକ ତାଙ୍କୁ ଅଟକାଇ ବଳପୂର୍ବକ ଉଠାଇ ନେଇଥିଲେ। ସେମାନେ ତାଙ୍କୁ କ୍ୟାମ୍ପସ ପଛପଟେ ଥିବା ଏକ ଜଙ୍ଗଲକୁ ନେଇଯାଇଥିଲେ, ଯେଉଁଠାରେ ସେମାନେ ତାଙ୍କୁ ଧର୍ଷଣ କରିଥିଲେ। ଘଟଣା ପରେ ଛାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗଣଦୁଷ୍କର୍ମ ପରେ, ଅଭିଯୁକ୍ତମାନେ ଛାତ୍ରୀଙ୍କ ମୋବାଇଲ୍ ଫୋନ୍ ମଧ୍ୟ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି। ଛାତ୍ରୀଙ୍କୁ ବର୍ତ୍ତମାନ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। Post navigation ରାଜୁ ଢୋଲକିଆଙ୍କ ରକ୍ତ ପୋଷ୍ୟପୁତ୍ର ଜୟଙ୍କ ଦେହରେ ନାହିଁ: ବିଜେଡି ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା: ଦୁର୍ଗାପୁର ଯିବ ରାଜ୍ୟ ମହିଳା କମିଶନର ଟିମ୍