ପଶ୍ଚିମବଙ୍ଗର ଦୁର୍ଗାପୁରରେ ଜଣେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଧର୍ଷଣ । କୋଲକାତାର ଆରଜି କର ମେଡିକାଲ କଲେଜ ହସ୍ପିଟାଲରେ ଜଣେ ଛାତ୍ରୀଙ୍କୁ ବଳାତ୍କାର ଏବଂ ହତ୍ୟା ଘଟଣା ଥମି ନଥିବା ବେଳେ ଏବେ ପୁଣି ଜଣେ ଡାକ୍ତରୀ ଛାତ୍ରୀଙ୍କୁ ଧର୍ଷଣ ଘଟଣା ସାମ୍ନାକୁ ଆସିଛି। ଛାତ୍ରୀ ଜଣକ ଓଡ଼ିଶାର ଜଳେଶ୍ୱରର ବାସିନ୍ଦା ବୋଲି କୁହାଯାଉଛି। ପୀଡିତା ଶୋଭାପୁରର ଏକ ଘରୋଇ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଅଭିଯୋଗ ଅନୁଯାୟୀ; ଓଡ଼ିଶାର ଜଳେଶ୍ୱରର ବାସିନ୍ଦା ଛାତ୍ରୀ ଜଣକ ଦ୍ୱିତୀୟ ବର୍ଷର ମେଡିକାଲ କଲେଜ ଛାତ୍ରୀ। ଶୁକ୍ରବାର ରାତି ପ୍ରାୟ ୮.୩୦ ରୁ ୯ ଟା ବେଳେ ସେ ଜଣେ ବନ୍ଧୁଙ୍କ ସହିତ ଖାଇବାକୁ ଯାଇଥିଲେ। ବାଟରେ ଦୁଇ କିମ୍ବା ତିନି ଜଣ ଯୁବକ ତାଙ୍କୁ ଅଟକାଇ ବଳପୂର୍ବକ ଉଠାଇ ନେଇଥିଲେ। ସେମାନେ ତାଙ୍କୁ କ୍ୟାମ୍ପସ ପଛପଟେ ଥିବା ଏକ ଜଙ୍ଗଲକୁ ନେଇଯାଇଥିଲେ, ଯେଉଁଠାରେ ସେମାନେ ତାଙ୍କୁ ଧର୍ଷଣ କରିଥିଲେ। ଘଟଣା ପରେ ଛାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗଣଦୁଷ୍କର୍ମ ପରେ, ଅଭିଯୁକ୍ତମାନେ ଛାତ୍ରୀଙ୍କ ମୋବାଇଲ୍ ଫୋନ୍ ମଧ୍ୟ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି। ଛାତ୍ରୀଙ୍କୁ ବର୍ତ୍ତମାନ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ସମ୍ପର୍କରେ ଜାଣିବା ପରେ ପୀଡିତାଙ୍କ ବାପା-ମାଆ ଶନିବାର ସକାଳେ ଦୁର୍ଗାପୁରରେ ପହଞ୍ଚିଥିଲେ। ପୋଲିସ ମଧ୍ୟ ହସ୍ପିଟାଲରେ ପହଞ୍ଚି ପୀଡିତାଙ୍କୁ ପଚରାଉଚରା କରିବା ସହ ଏବଂ ପୀଡିତାଙ୍କ ବୟାନ ରେକର୍ଡ କରିଥିଲା। ପୋଲିସ ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ପ୍ରକୃତରେ କେତେ ଜଣ ସମ୍ପୃକ୍ତ ଥିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।ପୋଲିସ ଅଭିଯୁକ୍ତଙ୍କୁ ଖୋଜୁଛି। ଧର୍ଷଣରେ ତାଙ୍କ ବନ୍ଧୁଙ୍କ ସମ୍ପୁର୍କ୍ତ ଥିବା ସନ୍ଦେହ କରାଯାଉଛି। Post navigation ଶ୍ରୀମନ୍ଦିରକୁ ରେଡ୍ ଜୋନ୍ ଘୋଷଣା ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା, ଡାଲି ଜାତୀୟ ଫସଲରେ ଆତ୍ମନିର୍ଭରତା ମିଶନର ଶୁଭାରମ୍ଭ