ବଦଳିପାରେ ନୂଆପଡ଼ା ଉପନିର୍ବାଚନ ସମୀକରଣ । ନୂଆପଡ଼ା ବିଧାନସଭା କ୍ଷେତ୍ରର ଦିବଂଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଅକାଳ ବିୟୋଗ ପରେ ପୁଅ ଜୟ ଢୋଲକିଆଙ୍କ ବିଜେଡି ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ଜୋର ଧରିଥିଲା । ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆ ଚାରି ଚାରି ଥ ର ବିଧାୟକ ହୋଇଥିବା ବେଳେ ତାଙ୍କ ପୁଅକୁ ଟିକେଟ ଦେଇ ବିଜେଡି ଇମୋସନାଲ କାର୍ଡ ଖେଳି ଭୋଟ ହାତେଇବା ଚକ୍କରରେ ଥିଲା । ହେଲେ ରାଜନୈତିକ ପାଣିପାଗ ବଦଳିଯାଇ ନୂଆ ଟ୍ଵିଷ୍ଟ ଆସିଛି । ଜୟ ଏବେ ପଦ୍ମ ଧରିପାରନ୍ତି ବିଶେଷ ସୂତ୍ରରୁ ଜଣାପଡ଼ିଛି । ସେ କିଛିଦିନ ହେବ ଦିଲ୍ଲୀରେ ଥିବାବେଳେ କେନ୍ଦ୍ରୀୟ ନେତୃତ୍ୱଙ୍କୁ ମଧ୍ୟ ଭେଟି ସାରିଥିବା କୁହାଯାଉଛି । ଅନ୍ୟପକ୍ଷରେ କଂଗ୍ରେସ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେପି ବର୍ତ୍ତମାନ ଯାଏ କୌଣସି ନାମ ସାମ୍ନାକୁ ଆଣିନାହିଁ । ପୂର୍ବରୁ ଅଭିନନ୍ଦନ ପଣ୍ଡାଙ୍କୁ ଦଳ ପ୍ରାର୍ଥୀ କରିବା ନେଇ ଆକଳନ ହେଉଥିବା ବେଳେ ବର୍ତ୍ତମାନ ଜୟଙ୍କ ଏଣ୍ଟ୍ରି ବାଜି ଓଲଟାଇପାରେ ବୋଲି ଆକଳନ କରାଯାଉଛି । Post navigation ଭି.କେ ପାଣ୍ଡିଆନଙ୍କୁ ସିଧାସଳଖ ଟାର୍ଗେଟ କଲେ ଶ୍ରୀମୟୀ ଆଜି ବର୍ଷାରେ ଭିଜିବ ଓଡ଼ିଶା