ରାଉରକେଲାର ବିର୍ସା ମୁଣ୍ଡା ଛକରେ ଶୁକ୍ରବାର ସକାଳେ ସ୍ଥାନୀୟ ଜଣେ ମହିଳାଙ୍କଠାରୁ ୧୫,୦୦୦ ଟଙ୍କା ନେବା ସମୟରେ ରେଲୱେ ପ୍ରୋଟେକ୍ସନ୍ ଫୋର୍ସ (RPF) ଯବାନଙ୍କୁ ସିବିଆଇ ଗିରଫ କରିଛି । ଅଭିଯୁକ୍ତ ମହମ୍ମଦ ଇସ୍ରାର ବନ୍ଧମୁଣ୍ଡା ଆରପିଏଫ ଷ୍ଟେସନରେ ଅବସ୍ଥାପିତ ଅଛନ୍ତି । ସରକାରୀ ସୂତ୍ର ଅନୁସାରେ, ବନ୍ଧମୁଣ୍ଡା ରେଲୱେ କଲୋନୀ ଅଞ୍ଚଳରେ ବାସ କରୁଥିବା ଜନୈକା ମହିଳାଙ୍କୁ ସେ ବାରମ୍ବାର ନିର୍ଯାତନା ଦେଉଥିବା ଅଭିଯୋଗ ଅଛି । ମହିଳା ଜଣଙ୍କ ସ୍କ୍ରାପ ବେପାର କରି ଜୀବିକା ନିର୍ବାହ କରୁଥିଲେ । ଇସ୍ରାର ମାଗିବା ଅନୁଯାୟୀ ମହିଳା ଜଣଙ୍କ ଅର୍ଥ ଦେଉନଥିବାରୁ ସେ ତାଙ୍କୁ ଧମକ ଦେଉଥିଲେ ।

ପରେ ଭୟଭୀତ ହୋଇ ମହିଳା ଜଣଙ୍କ ଲାଞ୍ଚ ଦେବାକୁ ସହମତ ହେବା ସହ ସିବିଆଇ ଭୁବନେଶ୍ୱର କାର୍ଯ୍ୟାଳୟରେ ଅଭିଯୋଗ ମଧ୍ୟ କରିଥିଲେ । ତେବେ ପୂର୍ବରୁ ଯୋଜନା କରିଥିବା ସିବିଆଇ ଦଳ ବିର୍ସା ମୁଣ୍ଡା ଛକରେ ଲାଞ୍ଚ ନେବା ସମୟରେ ଇସ୍ରାରଙ୍କୁ ଧରିଥିଲେ ।

By Nirvay

Leave a Reply

Your email address will not be published. Required fields are marked *