ପାକିସ୍ତାନ ସରକାର ଇସଲାମାବାଦ ଓ ରାୱଲପିଣ୍ଡିରେ ମୋବାଇଲ ଓ ଇଣ୍ଟରନେଟ ସେବା ବନ୍ଦ କରିଦେଇଛନ୍ତି । କଟରପନ୍ଥୀ ଇସଲାମି ପାର୍ଟି ତେହେରିକ୍-ଏ-ଲବୈକ୍ ପାକିସ୍ତାନ(TLP)ର ବିରୋଧ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି । ରାଜଧାନୀ ଇସଲାମାବାଦକୁ ସଂଯୋଗ କରୁଥିବା ବିଭିନ୍ନ ରାସ୍ତା ସିଲ୍ କରାଯାଇଛି ।

ପୋଲିସ ଟିମ ଓ ସୁରକ୍ଷା ବାହିନୀ ନିୟୋଜିତ ଥିବା ସତ୍ତ୍ୱେ ଲାହୋରରେ ସୁରକ୍ଷା ଅଧିକାରୀ ଓ କଟ୍ଟରପନ୍ଥୀ ଇସଲାମି ପାର୍ଟିର ସଦସ୍ୟଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି । ଟିଏଲପି ଇସଲାମାବାଦରେ ଆମେରିକା ଦୂତାବାସ ବାହାରେ ଇସ୍ରାଏଲ ବିରୋଧରେ ଶୁକ୍ରବାର ବିରୋଧ ପ୍ରଦର୍ଶନ ପାଇଁ ଘୋଷଣା କରିଛି । ଏହା ଦେଖି ପାକିସ୍ତାନର ପଞ୍ଜାବ ପ୍ରାନ୍ତର ପୋଲିସ ଲବୈକର ପ୍ରମୁଖ ସାଦ ହୁସେନ ରିଜବିଙ୍କୁ ଗିରଫ କରିବା ପାଇଁ ଲାହୋରରେ ଟିଏଲପି ମୁଖ୍ୟାଳୟ ଉପରେ ଚଢ଼ଉ କରିଥିଲା ।

ପୋଲିସ ଅଧିକାରୀ କହିଛନ୍ତି, ଦୀର୍ଘ ସମୟ ଧରି ଜାରି ରହିଥିବା ଉତ୍ତେଜନାମୂଳକ ପରିସ୍ଥିତିରେ ୫ ଜଣ ପୋଲିସ କନଷ୍ଟେବଳ ଓ ଅନେକ ଟିଏଲପି କାର୍ଯ୍ୟକର୍ତ୍ତା ଆହତ ହୋଇଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *