ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିରରେ ଏଏସ୍ଆଇ ଟିମ୍‌ । ବଜ୍ରପାତରେ ଲିଙ୍ଗରାଜ ମନ୍ଦିର ପତାକା ପୋଡ଼ିଯିବା ପରେ କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ ପାଇଁ ମନ୍ଦିରରେ ପହଞ୍ଚିଲେ ଏଏସ୍ଆଇ ଟିମ୍‌ । ଏଏସ୍ଆଇ ଟିମ୍‌ର ଗୋଟିଏ ଟିମ୍ ପହଞ୍ଚି ମନ୍ଦିର ପରିସରରେ ଯାଞ୍ଚ କରିଥିବା ଜଣାପଡିଛି । ଏଏସ୍ଆଇର ଏକ ଟିମ୍ ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରି ବଜ୍ରପାତ୍ର ମନ୍ଦିର କୌଣସି କ୍ଷତି ହୋଇଛି କି ନାହିଁ ତାହା ତଦାରଖ କରିବ । ଏହା ସହ ପୋଡ଼ି ଯାଇଥିବା ପତାକାକୁ କାଢ଼ି ନୂଆ ପତାକା ଲଗାଗଲା । କାଲି ବଜ୍ରପାତରେ ମନ୍ଦିର ପତାକା ସହ ସିସିଟିଭି ଓ ବଲ୍‌ବ ପୋଡ଼ି ଯାଇଥିଲା ।

ସୂଚନା ଯୋଗ୍ୟ; ଗତକାଲି ଅପରାହ୍ନରେ ରାଜଧାନୀରେ ବିଜୁଳି, ଘଡଘଡି ସହ ପ୍ରବଳ ବର୍ଷା ହୋଇଥିଲା। ଯାହାଫଳରେ ଭୁବନେଶ୍ଵରର ବିିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇପଡିଥିଲା।ବଜ୍ରପାତ ଯୋଗୁଁ ଲିଙ୍ଗରାଜ ମନ୍ଦିରରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ମନ୍ଦିରର ପତାକା ପୋଡ଼ି ଯାଇଥିବାବେଳେ ସିସିଟିଭି କ୍ୟାମେର ଫାଟିଯାଇଛି ଏବଂ ଗର୍ଭଗୃହର ମରକ୍ୟୁରି ଲାଇଟ୍ ମଧ୍ୟ ଫାଟି ଯାଇଥିଲା । ବଜ୍ରପାତ ଏତେ ଶକ୍ତି ଶାଳୀ ଥିଲା ଯେ ସେବାୟତ, ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକମାନେ ଭୟଭୀତ ହୋଇଯାଇଥିଲେ । ଏହା ସହ ନିମ୍ନ ମାନର ଆର୍ଥିଂ ବ୍ୟବସ୍ଥା ହୋଇଥିବା ଅଭିଯୋଗ ହୋଇଛି ।

ମନ୍ଦିରରେ ମୋଟ ୩୫ଟି ସିସିଟିଭି କ୍ୟାମେରା ଲାଗିଛି । ଏହି ବଜ୍ରପାତରେ କେତେ କ୍ୟାମେରା ନଷ୍ଟ ହୋଇଛି । ତାହା ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ। ସେହିପରି ବଜ୍ରପାତ ପ୍ରଭାବରେ ମନ୍ଦିରର ଗର୍ଭଗୃହରେ ଲାଗିଥିବା ବଲ୍‌ବ ମଧ୍ୟ ପୋଡ଼ି ଯାଇଛି । ବାକି ଆଉ କିଛି କିଛି ସ୍ଥାନରେ ମଧ୍ୟ ବଲ୍‌ବ ପୋଡ଼ିଯାଇଛି । ଏହାସହିତ ମନ୍ଦିରର ଅନେକ ସ୍ଥାନରେ କ୍ଷୟକ୍ଷତିର ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *