ଫେରିଲେ ଅପହୃତ ୱାର୍ଡମେମ୍ବର। ଯାଜପୁର ବିଞ୍ଝାରପୁର ରଣପୁର ପଞ୍ଚାୟତ ୩ ନଂ ୱାର୍ଡର ୱାର୍ଡସଭ୍ୟ ଧନେଶ୍ୱର ସେଠୀ ଫେରିଛନ୍ତି । ସପ୍ତାହେ ପରେ ତାଙ୍କୁ ଅପହରଣକାରୀମାନେ ଛାଡ଼ି ଦେଇଥିବା ସୁଚନା ମିଳିଛି । ଅପହରଣକାରୀମାନେ ତାଙ୍କୁ ଛାଡ଼ି ଦେଇଥିବା ସୂଚନା ଦେଇଛନ୍ତି ଧନେଶ୍ବର। ଏହା ସହ ସ୍ଥାନୀୟ କିଛି ଲୋକେ ଅପହରଣ କରିଥିବା ଅଭିଯୋଗ କରିଛନ୍ତି ଧନେଶ୍ବର । ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଭୋଟ୍ ପୂର୍ବରୁ ଅପହରଣ କରାଯାଇଥିଲା ।

ଅନ୍ୟପଟେ ୱାର୍ଡମେମ୍ବରଙ୍କୁ ଅପହରଣ ଯୋଗୁଁ ସ୍ଥଗିତ ରଖାଯାଇଥିଲା ଅନାସ୍ଥା ଭୋଟିଂ। ଅନାସ୍ଥା ଲାଗି ତାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ କରିଥିଲେ ପରିବାର।

ସୂଚନା ଯୋଗ୍ୟ; ଗତ ଏକ ସପ୍ତାହ ତଳୁ ରଣପୁର ପଞ୍ଚାୟତର ୩ ନମ୍ବର ୱାର୍ଡର ୱାର୍ଡମେମ୍ବର ଧନେଶ୍ୱର ସେଠୀଙ୍କୁ ଅପହରଣ କରାଯାଇଥିଲା । ସ୍ଥାନୀୟ କିଛି ଲୋକ ଅପହରଣ ସାମିଲ ଥିବା ନେଇ ପରିବାର ଏବଂ ନାଏବ ସରପଞ୍ଚ ଥାନାରେ ଅଭିଯୋଗ କରିଥିଲେ । ଅନାସ୍ଥା ଭୋଟ୍ ପୂର୍ବରୁ ତାଙ୍କୁ ଅପହରଣ କରାଯାଇଥିଲା । ସେଥିପାଇଁ ଗତକାଲି ହେବାକୁ ଥିବା ଅନାସ୍ଥା ଭୋଟିଂ ସ୍ଥଗିତ ରହିଥିଲା । ଏହା ପରେ ଆଜି ସକାଳୁ ଧନେଶ୍ୱର ଘରକୁ ଫେରିଛନ୍ତି ।

Leave a Reply

Your email address will not be published. Required fields are marked *