କଫ୍‌ ସିରପ୍ ନିର୍ମାତା କଂପାନୀ ‘ଶ୍ରୀସନ୍ ମେଡିକାଲ୍ସ’ ମାଲିକ ଗିରଫ । ଔଷଧ କମ୍ପାନୀ ଶ୍ରୀସନ୍ ଫାର୍ମା ଦ୍ୱାରା ନିର୍ମିତ କୋଲଡ୍ରିଫ୍ କଫ୍ ସିରପ୍ ମଧ୍ୟପ୍ରଦେଶରେ ଅତି କମରେ ୨୧ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ଘଟଣାରେ କମ୍ପାନୀର ମାଲିକ ରଙ୍ଗନାଥନଙ୍କୁ ଚେନ୍ନାଇରୁ ଗିରଫ କଲା ମଧ୍ୟପ୍ରଦେଶ ପୋଲିସ ।ରଙ୍ଗନାଥନଙ୍କୁ ହେପାଜତକୁ ନେଇ ପଚରାଉଚରା କରୁଛି ପୋଲିସ । ଏହି ସିରପ୍ ଯୋଗୁଁ ଶିଶୁ ମୃତ୍ୟୁର ରିପୋର୍ଟ ଅନେକ ରାଜ୍ୟରେ ସାମ୍ନାକୁ ଆସୁଛି, ଯାହା ସ୍ୱାସ୍ଥ୍ୟ ଏବଂ ନିୟାମକ ବ୍ୟବସ୍ଥା ଉପରେ  ପ୍ରଶ୍ନ ଉଠାଇଛି।

ରଙ୍ଗନାଥନଙ୍କ ଗିରଫଦାରୀ ପରେ ପୋଲିସ ଏବଂ ସ୍ୱାସ୍ଥ୍ୟ ବିଭାଗ ସ୍ରସେନ ଫାର୍ମା ବିରୋଧରେ ତଦନ୍ତକୁ ଜୋରଦାର କରିଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ସିରପ ତିଆରିରେ ଗୁଣାତ୍ମକ ମାନକୁ ଅଣଦେଖା କରାଯାଇଥିଲା, ଯାହା ଫଳରେ ଏହି ଘାତକ ଉତ୍ପାଦ ବଜାରକୁ ଛଡାଯାଇଥିଲା। ମଧ୍ୟପ୍ରଦେଶ ପୋଲିସ ଚେନ୍ନାଇରେ କମ୍ପାନୀର କାର୍ଯ୍ୟାଳୟରେ ଚଢାଉ କରି ଅନେକ କାଗଜପତ୍ର ଜବତ କରିଛି।

ଅନ୍ୟପଟେ କଫ ସିରପ୍‌ରେ ବ୍ୟବହୃତ ଉଭୟ କଞ୍ଚାମାଲ ଏବଂ ପ୍ରସ୍ତୁତ ଉତ୍ପାଦର ପରୀକ୍ଷଣ ପାଇଁ ନିର୍ଦ୍ଦେଶ ଦେଇଛି CDSCO । ପରୀକ୍ଷଣ ସୁନିଶ୍ଚିତ କରିବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖିଛି କେନ୍ଦ୍ର ।

Leave a Reply

Your email address will not be published. Required fields are marked *