ଦେଶର ବିଭିନ୍ନ ସ୍ଥାନରେ ଶିଶୁ ମୃତ୍ୟୁ ମାମଲାକୁ ନେଇ ଚିନ୍ତା ବଢ଼ିଛି । ଏହାର ମୁଖ୍ୟ କାରଣ ହେଉଛି କଫ ସିରପ । କଫ ସିରପ୍ ଜନିତ ଶିଶୁ ମୃତ୍ୟୁ ପରେ ସିରପ୍ର ପରୀକ୍ଷଣ ସୁନିଶ୍ଚିତ କରିବାକୁ କେନ୍ଦ୍ରୀୟ ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କନଟ୍ରୋଲ ଅର୍ଗାନାଇଜେସନ୍ (CDSCO) ନିର୍ଦ୍ଦେଶ ଦେଇଛି । କଫ ସିରପ୍ରେ ବ୍ୟବହୃତ ଉଭୟ କଞ୍ଚାମାଲ ଏବଂ ପ୍ରସ୍ତୁତ ଉତ୍ପାଦର ପରୀକ୍ଷଣ ପାଇଁ ନିର୍ଦ୍ଦେଶ ଦେଇଛି CDSCO । ପରୀକ୍ଷଣ ସୁନିଶ୍ଚିତ କରିବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖିଛି କେନ୍ଦ୍ର । କହିରଖୁଛୁ ଯେ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ରେ କଫ୍ ସିରପ୍ ଯୋଗୁଁ ଶିଶୁଙ୍କ ମୃତ୍ୟୁ ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି । କେତୋଟି କଫ ସିରପ୍, ୪ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ଦିଆଯିବା ଉଚିତ୍ ନୁହେଁ । ଏହା ସତ୍ତ୍ୱେ, ନିର୍ମାତା ଲେବଲରେ ଓ୍ବାର୍ଣ୍ଣିଂ ଦେଉନାହାନ୍ତି । CDSCO ପ୍ରଥମରୁ ନିର୍ଦ୍ଦେଶ ଦେଇଥିଲା ଯେ ନିର୍ମାତାମାନେ ପ୍ୟାକେଜିଂରେ ଚେତାବନୀ ସ୍ପଷ୍ଟ ଭାବରେ ଦେଖାନ୍ତୁ । Post navigation ଦେଶର ପ୍ରାୟ ପ୍ରତ୍ୟେକ ଜିଲ୍ଲାରେ 5G ନେଟୱର୍କ ପହଞ୍ଚିସାରିଛି: ପ୍ରଧାନମନ୍ତ୍ରୀ ମୋଦି