ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀର ଯଶୋଭୂମିରେ ଆୟୋଜିତ ଏସିଆର ସର୍ବବୃହତ ଟେଲିକମ, ମିଡିଆ ଓ ଟେକ୍ନୋଲୋଜି ଇଭେଣ୍ଟ ଇଣ୍ଡିଆ ମୋବାଇଲ କଂଗ୍ରେସ ୨୦୨୫ ରେ ଯୋଗ ଦେଇ ଟେଲିକମ୍ କ୍ଷେତ୍ରରେ ଭାରତର ସଫଳତା ମେକ୍ ଇନ୍ ଇଣ୍ଡିଆ ଏବଂ ଆତ୍ମନିର୍ଭରଶୀଳତାର ପ୍ରମାଣ ବୋଲି କହିଛନ୍ତି ।
 
“ଯେଉଁ ଦେଶ ଥରେ 2G ସହିତ ସଂଘର୍ଷ କରୁଥିଲା, ଆଜି ସେହି ଦେଶର ପ୍ରାୟ ପ୍ରତ୍ୟେକ ଜିଲ୍ଲାରେ 5G ନେଟୱର୍କ ପହଞ୍ଚିସାରିଛି ବୋଲି ମୋଦି କହିଛନ୍ତି ।
 
ଆଜି ଭାରତରେ ୧ GB ଡାଟାର ଦାମ ଗୋଟିଏ କପ୍‌ ଚା’ଠାରୁ ବି କମ ରହିଛି ବୋଲି ମୋଦି କହିଛନ୍ତି । ଦେଶରେ ମୋବାଇଲ୍ ଉତ୍ପାଦନ ୮ ଗୁଣ ବୃଦ୍ଧି ପାଇଥିବାବେଳେ ରପ୍ତାନି ୧୨୭ ଗୁଣ ବୃଦ୍ଧି ପାଇଛି ବୋଲି ମୋଦି କହିଛନ୍ତି ।
India now has 5G in almost all districts: PM Modi
 
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀର ଯଶୋଭୂମିରେ ଆୟୋଜିତ ଏସିଆର ସର୍ବବୃହତ ଟେଲିକମ, ମିଡିଆ ଓ ଟେକ୍ନୋଲୋଜି ଇଭେଣ୍ଟ ଇଣ୍ଡିଆ ମୋବାଇଲ କଂଗ୍ରେସ (IMC) ୨୦୨୫ ର ନବମ ସଂସ୍କରଣ ଉଦଘାଟନ କରିଛନ୍ତି । ଇଣ୍ଡିଆ ମୋବାଇଲ କଂଗ୍ରେସ ଅକ୍ଟୋବର ୮ ରୁ ୧୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।
 
ଏହି କାର୍ଯ୍ୟକ୍ରମରେ ୧୫୦ ରୁ ଅଧିକ ଦେଶ, ୭୦୦୦ ବିଶ୍ୱ ପ୍ରତିନିଧି ଏବଂ ୪୦୦ କମ୍ପାନୀରୁ ୧.୫ ଲକ୍ଷରୁ ଅଧିକ ପରିଦର୍ଶକ ଯୋଗଦେଇଛନ୍ତି ।
 

By Nirvay

Leave a Reply

Your email address will not be published. Required fields are marked *