ଭିଜିଲାନ୍ସ ଜାଲରେ ଓଏଏସ୍ ଅଧିକାରୀ। ଲାଞ୍ଚ ନେବା ବେଳେ ଗଞ୍ଜାମ ବେଲଗୁଣ୍ଠା NAC କାର୍ଯ୍ୟନିର୍ବାହୀ ଅଧିକାରୀ ବନମାଳୀ ଶତପଥୀଙ୍କୁ କାବୁ କଲା ଭିଜିଲାନ୍ସ । ୨୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡ଼ିବସିଲା ଭିଜିଲାନ୍ସ । ଜଣେ କର୍ମଚାରୀଙ୍କ ରିଲିଜ ଅର୍ଡର ଓ ଏରିୟର କରାଇଦେବାକୁ ଲାଞ୍ଚ ନେଉଥିଲେ। ଭିଜିଲାନ୍ସ ହାତରେ ଧରା ପଡ଼ିବା ପରେ ଓଏଏସ ଅଫିସର ବନମାଳୀ ଶତପଥୀଙ୍କ ତିନୋଟି ସ୍ଥାନରେ ରେଡ୍ ଚାଲିଛି । ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ । ବନମାଳୀଙ୍କ ଅଫିସ୍, କ୍ୱାର୍ଟର ଓ କବିସୂର୍ଯ୍ୟନଗର ଠାରେ ଥିବା ଦୁଇଟି ବାସଭବନରେ ରେଡ୍ ଚାଲିଛି । ଏହି ଚଢାଉରେ ଜଣେ ଡିଏସ୍ପି, ଜଣେ ଇନ୍ସପେକ୍ଟର ଓ ୨ ଜଣ ଜଣ ଏଏସ୍ଆଇ ମିଶି ୮ ଜଣିଆ ଟିମ୍ ସାମିଲ ଅଛନ୍ତି। ସୂଚନା ଯୋଗ୍ୟ; ଜଣେ କର୍ମଚାରୀଙ୍କ ରିଲିଜ ଅର୍ଡର ଏବଂ ଏରିୟର କରାଇଦେବାକୁ ଲାଞ୍ଚ ମାଗିଥିଲେ ଗଞ୍ଜାମ ବେଲଗୁଣ୍ଠା NAC କାର୍ଯ୍ୟନିର୍ବାହୀ ଅଧିକାରୀ ବନମାଳୀ ଶତପଥୀ। ଲାଞ୍ଚ ନେଇ ଧରାପଡ଼ିବା ପରେ ବନମାଳୀଙ୍କ ୩ଟି ସ୍ଥାନରେ ଚାଲିଛି ଚଢ଼ାଉ। ଦରମା କରାଇଦେବାକୁ କହି ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ । Post navigation ଜୈବିକ କୃଷି ଏକ ବିକଳ୍ପ କି ? କଟକ ବାଲିଯାତ୍ରା ଗ୍ରାଉଣ୍ଡକୁ ‘ନୋ ଡ୍ରୋନ୍ ଜୋନ୍’ ଘୋଷଣା