ହିମାଚଳ ପ୍ରଦେଶର ବିଳାସପୁର ଜିଲ୍ଲା ବଲ୍ଲୁ ବ୍ରିଜ୍ ନିକଟରେ ଭୂସ୍ଖଳନ ଫଳରେ ବସ୍ ଉପରେ ମାଟି ଅତଡା ଖସିବାରୁ ଏପର୍ଯ୍ୟନ୍ତ ୧୮ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରି ରହିଛି । ହିମାଚଳ ପ୍ରଦେଶର ବିଳାସପୁର ଜିଲ୍ଲାର ବାଲୁ ବ୍ରିଜ ନିକଟରେ ପ୍ରବଳ ବର୍ଷା ଯୋଗୁଁ ଅଚାନକ ଭୂସ୍ଖଳନ ହୋଇଥିଲା । ମରୋତ୍ତମରୁ ଘୁମାରିୱିନ ଯାଉଥିବା ବେସରକାରୀ ବସଟି ଭୂସ୍ଖଳନର ଶିକାର ହୋଇଛି ।

ଅନ୍ୟପଟେ ଏହି ଘଟଣାରେ ଆଗକୁ ମୃତ୍ୟ ସଂଖ୍ୟା ବଢିବାର ଅନୁମାନ କରାଯାଉଛି ।  ଜେସିବି ସହାୟତାରେ ମାଟି ଓ ପଥର ହଟାଇ ଫସି ରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରାଯାଉଛି ।  ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତଙ୍କ ପରିବାରକୁ ୨ ଲକ୍ଷ ଏବଂ ଆହତଙ୍କୁ ୫୦ ହଜାରର ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସୂଚନା ଅନୁଯାୟୀ; ଗତକାଲି ସନ୍ଧ୍ୟା ପ୍ରାୟ ସାଢେ ୬ଟା ବେଳେ ମରୋତ୍ତମରୁ ଘୁମାରିୱିନ ବେସରକାରୀ ବସଟି ଯାଉଥିବା ବେଳେ ଭୂସ୍ଖଳନର ଶିକାର ହୋଇଥିଲା । ଭୂସ୍ଖଳନ ଫଳରେ ବସ୍ ଉପରେ ମାଟି ଅତଡା ଖସିବାରୁ ଏପର୍ଯ୍ୟନ୍ତ ୧୮ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛି । ଆହତମାନଙ୍କୁ, ବିଶେଷକରି ପିଲାମାନଙ୍କୁ ସରକାରୀ ଖର୍ଚ୍ଚରେ ତୁରନ୍ତ ହସ୍ପିଟାଲ ଚିକିତ୍ସା ସୁନିଶ୍ଚିତ କରିବାକୁ ସେ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଅତିରିକ୍ତ ଡେପୁଟି କମିଶନର (ଏଡିସି) ବିଳାସପୁର ଓମ କାନ୍ତ ଠାକୁର, ପୋଲିସ ଅଧିକ୍ଷକ ସନ୍ଦୀପ ଧାୱଲ ଏବଂ ସ୍ଥାନୀୟ ଏସଡିଏମ୍ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ତଦାରଖ କରିବା ପାଇଁ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।

Leave a Reply

Your email address will not be published. Required fields are marked *