ପୁରୀ କଣାସ ନିକଟରେ ବସ୍ ଭିତରେ ପଶି ଯାତ୍ରୀଙ୍କୁ ହାଣିଲେ ଯୁବକ । ହରଷପଡାରୁ ସତ୍ୟବାଦୀ ଶୁକଳକୁ ଯାଉଥିବା ଆମ ବସରେ ଯାତ୍ରୀଙ୍କୁ ଆକ୍ରମଣ । ଏହି ଆକ୍ରମଣରେ ୪ ଜଣ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ଏହା ସହ ଯୁବକଙ୍କୁ କାବୁ କରିଛି କଣାସ ପୋଲିସ । ଅଭିଯୁକ୍ତ ହେଲେ ଭରତ ଭୋଇ ଓ ସେ ଶୁକଳ ର ବାସିନ୍ଦା ବୋଲି ଜଣାପଡିଛି। ତେବେ କେଉଁ କାରଣ ପାଇଁ ଏହି ଘଟଣା ଘଟିଲା ତାହା ଅସ୍ପଷ୍ଟ ରହିଚି। ସୂଚନା ଅନୁସାରେ, ପୁରୀ ଜିଲ୍ଲା କଣାସ ହରଷପଡାରୁ ସତ୍ୟବାଦୀ ଶୁକଳକୁ ଯାଉଥିବା ଆମ ବସ୍ ଭିତରେ ବିନ୍ଧନ ଗାଁର ଭରତ ଭୋଇ ଚଢିଥିଲେ । ପ୍ରଥମେ କଟୁରୀର ଜଣଙ୍କୁ ଆକ୍ରମଣ କରିଥିଲା। ଅନ୍ୟ ଵସ ଯାତ୍ରୀମାନେ ବିରୋଧ କରିବାରୁ ଵସ ଯାତ୍ରୀଙ୍କୁ ମଧ୍ୟ କଟୁରୀରେ ଆକ୍ରମଣ କରିଥିଲେ। ଯାତ୍ରୀଙ୍କୁ ଵସ ଭିତରେ ପଶି ଧାରୁଆ ଅସ୍ତ୍ରରେ ନିର୍ମମ ଭାବରେ ହାଣିଚାଲିଥିଲେ ନୃଶଂସ ଯୁବକ ଏହି ଘଟଣାରେ ଗୁରୁତର ୪ ଯାତ୍ରୀଙ୍କୁ ଚିକିତ୍ସା ପାଇଁ କଣାସ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ପୋଲିସ ଭରତକୁ କାବୁ କରି ଗଡ଼ିଶା ଗଦା ଥାନାରେ ଜିମା ଦେଇଛନ୍ତି । ଅଭିଯୁକ୍ତ ତପନକୁ ଅଟକ ରଖି ପଚରା ଉଚରା କରାଯାଉଛି। Post navigation ନୂଆପଡ଼ା ଉପନିର୍ବାଚନ: ଘାସିରାମ ମାଝୀ ହେଲେ କଂଗ୍ରେସ ପ୍ରାର୍ଥୀ କଟକରେ ସ୍ୱାଭାବିକ ହେଲା ଇଣ୍ଟରନେଟ୍ ସେବା