ବିଧାନସଭା ନିର୍ବାଚନ ପାଇଁ ଆଜି ବାଜିଲା ବିଗୁଲ୍ ବାଜିଛି । ଭାରତୀୟ ନିର୍ବାଚନ ଆୟୋଗ ସୋମବାର ତାରିଖ ଘୋଷଣା କରିଛନ୍ତି । ନଭେମ୍ବର ୬ ଓ ୧୧ରେ ବିହାର ନିର୍ବାଚନ ହେବାକୁ ଯାଉଛି। ଦୁଇଟି ପର୍ଯ୍ୟାୟରେ ବିହାର ନିର୍ବାଚନ ଅନୁଷ୍ଠିତ ହେବ । ନଭେମ୍ବର ୧୪ ତାରିଖରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା ହେବ । ନଭେମ୍ବର ୧୬ରେ ସମ୍ପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟା ଶେଷ ହେବ । ଏ ନେଇ ମୁଖ୍ୟ ନିର୍ବାଚନ ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାର ନିର୍ବାଚନର ସମସ୍ତ ବିବରଣୀ ସାମ୍ବାଦିକ ସମ୍ମିଳନୀରେ ପ୍ରଦାନ କରିଛନ୍ତି ।

ସୂଚନା ଯୋଗ୍ୟ; ବିଧାନସଭା ନିର୍ବାଚନ ପାଇଁ ମୋଟ ୨୪୩ ବିଧାନସଭା ଆସନ ମଧ୍ୟରୁ ୪୦ଟି ସଂରକ୍ଷିତ ରହିଛି । ସେଥିମଧ୍ୟରୁ ୩୮ଟି ଅନସୂଚିତ ଜାତି ଓ ୨ଟି ଅନସୂଚିତ ଜନଜାତି ପାଇଁ ଉଦ୍ଦିଷ୍ଟ ରହିଛି । ଏଥିପାଇଁ ମୋଟ ୭ କୋଟି ୪୨ ଲକ୍ଷ ଲୋକ ମତଦାତା ନିଜର ମତ ସାବ୍ୟସ୍ତ କରିବେ । ବିହାରରେ ଦୁଇଟି ପର୍ଯ୍ୟାୟରେ ମତଦାନ ହେବ । ଯଦି କାହାକୁ କୌଣସି ସୂଚନା ପ୍ରାପ୍ତ କରିବା ପାଇଁ ଜାଣିବାକୁ ଇଚ୍ଛା କରନ୍ତି ନିର୍ବାଚନ ଆୟୋଗ ହେଲ୍ପ ଲାଇନ୍ ନମ୍ବର ୧୯୫୦ ଜାରି କରାଯାଇଛି ।

ସେହିପରି ପ୍ରଥମ ପର୍ଯ୍ୟାୟ ପାଇଁ ଅକ୍ଟୋବର ୧୦ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ଅକ୍ଟୋବର ୧୭ ରେ ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ରହିବ । ଅକ୍ଟୋବର ୧୮ ନାମାଙ୍କନ ଯାଞ୍ଚ କରାଯିବ । ଅକ୍ଟୋବର ୨୦ରେ ଅନିଚ୍ଛୁକ ପ୍ରାର୍ଥୀମାନେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବେ । ନଭେମ୍ବର ୬ ଗୁରୁବାର, ପ୍ରଥମ ପର୍ଯ୍ୟାୟରେ ୧୨୧ଟି ଆସନ ପାଇଁ ମତଦାନ ହେବ ।

ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ପାଇଁ ଅକ୍ଟୋବର ୧୩ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ଅକ୍ଟୋବର ୨୦ରେ ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ରହିବ । ଅକ୍ଟୋବର ୨୧ ନାମାଙ୍କନ ଯାଞ୍ଚ କରାଯିବ । ଅକ୍ଟୋବର ୨୩ରେ ଅନିଚ୍ଛୁକ ପ୍ରାର୍ଥୀମାନେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବେ । ନଭେମ୍ବର ୧୧ରେ ମଙ୍ଗଳବାର ଦ୍ୱିତୀୟ ଚରଣରେ ୧୨୨ଟି ଆସନ ପାଇଁ ମତଦାନ ହେବ ।ନଭେମ୍ବର ୧୪ ତାରିଖରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା ହେବ । ନଭେମ୍ବର ୧୬ରେ ସମ୍ପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟା ଶେଷ ହେବ। ସେହିପରି ଭୋଟ ଗ୍ରହଣ ପାଇଁ ୯୦, ୭୧୨ ମତଦାନ କେନ୍ଦ୍ର ରହିଛି । ପ୍ରଥମ ଥର ପାଇଁ ମତଦାତାଙ୍କ ମୋବାଇଲ ରଖିବା ପାଇଁ ନୂତନ ବ୍ୟବସ୍ଥା କରିଛନ୍ତି । ମତଦାନ କେନ୍ଦ୍ରରେ ଗୋଟିଏ କୋଠରୀ ବ୍ୟବସ୍ଥା କରାଯିବ ।

ଏହା ସହିତ ସମସ୍ତ ନିର୍ବାଚନ ମଣ୍ଡଳୀଗୁଡ଼ିକେ ୨୪୦ ଜେନେରାଲ ଅବଜରଭର୍ ରହିବେ । ଯେଉଁ ପୋଲିସ ଅଧିକାରୀମାନେ ଅନ୍ୟ ରାଜ୍ୟର ରହିବେ । ସେହିପରି ୩୮ ପୋଲିସ ଅବଜରଭର୍ ଏବଂ ୬୭ ଏକ୍ସପେଣ୍ଡିଚର୍ ଅବଜରଭର୍ ତଦାରଖ କରିବେ ।

Leave a Reply

Your email address will not be published. Required fields are marked *