ଦେଶରେ କଫ୍ ସିରପ୍ ଯୋଗୁଁ ଶିଶୁ ମୃତ୍ୟୁ ଘଟଣାକୁ ନେଇ ତତ୍ପରତା ଦେଖାଇଛନ୍ତି କେନ୍ଦ୍ର ସରକାର । ଆଜି ଅପରାହ୍ନ ୪ଟାରେ ସବୁ ରାଜ୍ୟର ସ୍ବାସ୍ଥ୍ୟ ସଚିବ ଓ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିବେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ।। ତେଣୁ ଏଥିରେ ସବୁ ରାଜ୍ୟର ସ୍ୱାସ୍ଥ୍ୟ ସଚିବ ଓ ଡ୍ରଗ୍ସ କଣ୍ଟ୍ରୋଲର୍ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ଯୋଗ୍ୟ;ମାସକ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ କଫ୍ ସିରପ୍ ପିଇ ୧୧ଜଣ ଶିଶୁଙ୍କ ମୃତ୍ୟୁ ଘଟଣା ସାରା ଦେଶରେ ଆତଙ୍କ ଖେଳାଇ ଦେଇଛି । ସମ୍ପୃକ୍ତ ଫାର୍ମା କମ୍ପାନିର ଔଷଧ ବିତରଣ ଉପରେ କର୍ତ୍ତୃପକ୍ଷ ରୋକ୍ ଲଗାଇଛନ୍ତି । ସରକାର ସାରା ରାଜ୍ୟରେ କୋଲଡ୍ରିଫ୍ କଫ ସିରପ୍ ବିକ୍ରୟ ଉପରେ ନିଷେଧ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଏହି ସିରପ୍ରେ ୪୮.୬ ପ୍ରତିଶତ ଡାଇଥାଇଲିନ୍ ଗ୍ଲାଇକଲ୍ ମିଳିଥିଲା। ପ୍ରକୃତରେ କେବଳ ୦.୧ ପ୍ରତିଶତ ହେବା ଉଚିତ। ଦୁଇ ବର୍ଷରୁ କମ୍ ବୟସର ଶିଶୁଙ୍କୁ କଫ୍ ସିରପ ନଦେବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ମାର୍ଗଦର୍ଶିକା ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାର ଓ ଡାକ୍ତରଖାନାଗୁଡ଼ିକ ଏହି ମାର୍ଗଦର୍ଶିକା କଡ଼ାକଡ଼ି ଭାବେ ପାଳନ କରିବା ପାଇଁ କୁହାଯାଇଛି । Post navigation ରାଇକିଆ ବ୍ଲକ ଅଧ୍ୟକ୍ଷ ପଦରୁ ହଟିଲେ ପ୍ରୀତମ୍ ଚନ୍ଦ୍ର ପ୍ରଧାନ ପ୍ରତ୍ୟେକ ଗାଁର ଭାଗବତ ଟୁଙ୍ଗି ମାନଙ୍କର ହେବ ପୁନରୁଦ୍ଧାର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ