ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ ଏବେ ତାଙ୍କର ଉପସ୍ଥିତି ଜାହିର କରିବାରେ ଲାଗି ପଡିଛନ୍ତି । ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଛି । ତେବେ ଏବେଠୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଦଳୀୟ ନେତା ଓ କର୍ମୀଙ୍କୁ ନେଇ ସଂଗଠନ ମଜଭୁତ କରୁଛନ୍ତି । ପଦଯାତ୍ରା କରି ତୃଣମୂଳସ୍ତରକୁ ଯାଇ ଲୋକଙ୍କ ସହ ସୁସମ୍ପର୍କ ସ୍ଥାପନ କରୁଛନ୍ତି । ଭକ୍ତ ଦାସଙ୍କ ନେତୃତ୍ୱରେ ଗାନ୍ଧୀ ଜୟନ୍ତୀରୁ ୨ ଦିନ ‘ଗାନ୍ଧୀ ପଥେ ଓଡ଼ିଶା’ ପଦଯାତ୍ରା ହୋଇଥିଲା । ମାଲକାନଗିରିର ମୋଟୁ ଅଞ୍ଚଳରୁ ପଦଯାତ୍ରା ହୋଇଥିଲା । ଶ୍ରୀ ଦାସଙ୍କ ସୂଚନା ଅନୁଯାୟୀ, ସୀମାକୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ବିଜେପି ସରକାରଙ୍କ ବିଫଳତା ନେଇ ଲୋକଙ୍କୁ ସଚେତନ କରାଯିବା ଲକ୍ଷରେ ମୋଟୁ ଅଞ୍ଚଳରୁ ପଦଯାତ୍ରା କରାଯାଇଥିଲା । କଂଗ୍ରେସ ତାର ସ୍ଥିତି ବଜାୟ ରଖିବା ପାଇଁ ଅନବରତ ଚେଷ୍ଟା ଜାରି ରଖିଛି । ବିଜେପିର ବିଫଳତାକୁ ଲୋକଲୋଚନକୁ ଆଣି ଆଗାମୀ ନିର୍ବାଚନରେ ସରକାର ଗଠନ କରିବ ବୋଲି ଲାଗିପଡ଼ିଛି । ହେଲେ କେତେଦୂର ସଫଳ ହେବ ତାହା ସମୟ କହିବ । କଂଗ୍ରେସ ଏବେ ସବୁଥିରେ ଆଗୁଆ ରହିବାକୁ ଚେଷ୍ଟା କରୁଛି । ନୂଆ ନୂଆ କାର୍ଯ୍ୟକ୍ରମ କରି ସରକାରଙ୍କ ବିରୋଧରେ ଲୋକଙ୍କୁ ଅବଗତ କରାଇବାକୁ ରୀତିମତ ପ୍ରୟାସ ଜାରି ରଖିଛି । ଓଡ଼ିଶାରେ ସବୁଆଡ଼େ ଏହି ପଦଯାତ୍ରା ଅନୁଷ୍ଠିତ ହେବ । Post navigation ଦଶହରା ଭସାଣି ସମୟରେ କଟକରେ ଘଟିଥିବା ଗୋଷ୍ଠୀ ସଂଘର୍ଷକୁ ନବୀନଙ୍କ ଦୃଢ଼ ନିନ୍ଦା ମା’ ଦୁର୍ଗାଙ୍କ ଭସାଣି ସମୟରେ କଟକରେ ଘଟିଥିବା ଗୋଷ୍ଠୀ ସଂଘର୍ଷକୁ ଦୃଢ଼ ନିନ୍ଦା କରିଛନ୍ତି ଭକ୍ତ ଦାସ