ଟେଷ୍ଟର ଦ୍ୱିତୀୟ ଦିନରେ ଜାଡେଜାଙ୍କ ନୂଆ ରେକର୍ଡ । ଟେଷ୍ଟ କ୍ରିକେଟରେ ସବୁଠାରୁ ଅଧିକ ଛକା ମାରିବା ଲିଷ୍ଟରେ ମହେନ୍ଦ୍ର ସିଂ ଧୋନିଙ୍କୁ ପଛରେ ପକାଇଲେ ଜାଡେଜା । ସେ ୬ଟି ଚୌକା ଏବଂ ୫ଟି ଛକା ମାରିଛନ୍ତି । ଟେଷ୍ଟରେ ସର୍ବାଧିକ ଛକା ମାରି ଚତୁର୍ଥ ସ୍ଥାନରେ ରହିଛନ୍ତି ଜାଡ଼େଜା। ୭୯ ଛକା ସହ ପୂର୍ବତନ କ୍ରିକେଟର ଧୋନୀଙ୍କ ରେକର୍ଡ ଭାଙ୍ଗିଲେ ରବୀନ୍ଦ୍ର ଜାଡ଼େଜା। ପୂର୍ବରୁ ୭୮ଟି ଛକା ସହ ଚତୁର୍ଥ ସ୍ଥାନରେ ଥିଲେ ଧୋନୀ। ୧୦୩ ଛକା ସହ ତାଲିକାର ଶୀର୍ଷରେ ଅଛନ୍ତି ବୀରେନ୍ଦ୍ର ସେହୱାଗ। ଅହମ୍ମଦାବାଦରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦୁଇଟି ମ୍ୟାଚ ବିଷିଷ୍ଟ ଟେଷ୍ଟ ସିରିଜ ଖେଳାଯାଉଛି । ଚଳିତ ଟେଷ୍ଟ ମ୍ୟାଚର ପ୍ରଥମ ଇଂନିସରେ ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷରେ ଓ୍ବିକେଟ ପାଇନଥିଲେ ବି ବ୍ୟାଟିଂରେ ନିଜର ଦମ ଦେଖାଇଛନ୍ତି । ୧୭୬ ବଲରୁ ୧୦୪ ରନ ସ୍କୋର କରି ଅପରାଜିତ ଅଛନ୍ତି ଜାଡେଜା । ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦୁଇ ଟେଷ୍ଟ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଛି । କେଏଲ୍ ରାହୁଲ, ଧ୍ରୁବ ଜୁରେଲ ଏବଂ ରବିନ୍ଦ୍ର ଜାଡେଜାଙ୍କ ଶତକ ବଳରେ ଭାରତ ପ୍ରଥମ ଇନିଂସରେ ୫ ୱିକେଟ ହରାଇ ୪୪୮ ରନ କରିଛି । ପ୍ରଥମ ଇନିଂସରେ ୱେଷ୍ଟଇଣ୍ଡିଜ ଠାରୁ ଭାରତ ୨୮୬ ରନର ଅଗ୍ରଣୀ ଅଛି । ଦ୍ୱିତୀୟ ଦିନର ଖେଳ ଶେଷରେ ରବିନ୍ଦ୍ର ଜାଡେଜା (୧୦୪) ଏବଂ ୱାଶିଂଟନ ସୁନ୍ଦର (୯) ଅପରାଜିତ ଫେରିଛନ୍ତି । ଘରୋଇ ଦଳ ୨ ୱିକେଟ ହରାଇ ୧୨୧ ରନରୁ ଦିନର ଖେଳ ଆରମ୍ଭ କରିଥିଲା । Post navigation ଅଣ୍ଡର ୧୪ ସିବିଏସଇ ଭାରତୀୟ କ୍ରିକେଟ ଦଳରେ ସ୍ଥାନ ପାଇଲେ ଓଡ଼ିଆ ପୁଅ ଆରିଜ୍ ଫୈସଲ ଜିଲାନି ୨ ବର୍ଷରୁ କମ୍ ବୟସର ଶିଶୁଙ୍କୁ କଫ୍ ସିରପ୍ ନଦେବା ପାଇଁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ