ଗଜପତି ମହେନ୍ଦ୍ରଗିରିରେ ଫସିଥିବା ୨୪ ପର୍ଯ୍ୟଟକ ଉଦ୍ଧାର । ସୁରକ୍ଷିତ ଭାବେ ପର୍ଯ୍ୟଟକଙ୍କୁ ପର୍ବତ ଉପରୁ ତଳକୁ ଅଣାଯାଇଛି। ବନ ବିଭାଗ କର୍ମଚାରୀ ଓ ପୋଲିସ ରାତି ଅଧରେ ଉଦ୍ଧାର କଲେ । JCB ଦ୍ବାରା ରାସ୍ତା ସଫା କରି ସମସ୍ତ ପର୍ଯ୍ୟଟକଙ୍କୁ ତଳକୁ ଆଣିଲେ । ରାୟଗଡ଼ ବ୍ଲକ ପେକେଟ ଗାଁରେ ଭୁସ୍ଖଲନରେ ଏବେ ବି ବାପପୁଅ ନିଖୋଜ ।

ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଦେଖାଯାଇଛି । ଏହାରି ମଧ୍ୟରେ ପୂଜା ଛୁଟି ଥିବାରୁ ପର୍ଯ୍ୟଟକମାନେ ଗଜପତିର ପର୍ଯ୍ୟଟନସ୍ଥଳ ମହେନ୍ଦ୍ରଗିରିକୁ ବୁଲି ଯାଇଥିଲେ। ହେଲେ ଦୁର୍ଭାଗ୍ୟବସତଃ ହଠାତ୍ ପ୍ରବଳ ବର୍ଷା ହେବା ଯୋଗୁଁ ସେମାନେ ଫସି ଯାଇଥିଲେ। ପ୍ରଶାସନର ସହାୟତାରେ ସେମାନଙ୍କୁ ଆଜି ସୁରକ୍ଷିତ ଭାବେ ଉଦ୍ଧାର କରଯାଇ ମହେନ୍ଦ୍ରଗିରି ପାଦଦେଶରେ ପହଞ୍ଚାଯାଇଛି।

Leave a Reply

Your email address will not be published. Required fields are marked *