ତାମିଲନାଡୁର କରୁରରେ ଅଭିନେତା ଏବଂ ଟିଭିକେ ମୁଖ୍ୟ ବିଜୟଙ୍କ ନିର୍ବାଚନ ରାଲିରେ ଦଳାଚକଟା ଯୋଗୁଁ ୩୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି ।
 
‘ତାମିଝାଗା ଭେଟ୍ରି କାଝଗମ୍’ (TVK) ମୁଖ୍ୟ ବିଜୟଙ୍କ ରାଲିରେ ଲକ୍ଷାଧିକ ପ୍ରଶଂସକଙ୍କ ସମାଗମ ହୋଇଥିଲା ।
 
ତେବେ ଅତ୍ୟଧିକ ଭିଡ ଯୋଗୁଁ ଦଳାଚକଟାରେ ଅଚେତ ଲୋକଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ କିଛି ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ଅନୁମାନ କରାଯାଉଛି ।
 
ଘଟଣାର ତଦନ୍ତ ପାଇଁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ନିର୍ଦ୍ଦେଶ ଦେଇଛନ୍ତି । କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ ମୃତାହତଙ୍କ ସଠିକ୍ ସଂଖ୍ୟା ନିଶ୍ଚିତ କରିନାହାଁନ୍ତି ।

By Nirvay

Leave a Reply

Your email address will not be published. Required fields are marked *