ଆରମ୍ଭ ହେଲା ‘ଆମ ସାଥୀ’ ୟୁନିଫାଏଡ ହ୍ବାଟ୍‌ସଆପ୍‌ । ହାତ ପାହାନ୍ତାରେ ମିଳିବ ସରକାରୀ ସେବା । ଏଣିକି ମୋବାଇଲରେ ଆପଣଙ୍କୁ ସବୁ ସରକାରୀ ସେବା ପାଇ ପାରିବେ । ହ୍ବାଟ୍‌ସ ଆପ୍‌ରେ ଜନ୍ମ ପ୍ରମାଣପତ୍ରଠାରୁ ଆରମ୍ଭ କରି ଆଇନଗତ ସୁବିଧା ସବୁକିଛି ମିଳିବ । ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ‘ଆମ ସାଥୀ ୟୁନି ଫାଏଡ଼ ହ୍ବାଟ୍‌ସ ଆପ୍‌ରେ’ ର ଶୁଭାରମ୍ଭ ହୋଇଛି ।

ମୋବାଇଲ ହ୍ବାଟ୍‌ସ ଆପ୍‌ ନମ୍ବରରେ ୧୩୨ ପ୍ରକାରର ସରକାରୀ ସୁବିଧା ଉପଲବ୍ଧ ହେବ। ଏଥିପାଇଁ ବିଭାଗ ପକ୍ଷରୁ ୯୪୩୭୨୯୨୦୦୦ ନମ୍ବର ଜାରି କରାଯାଇଛି । ଏଥିରେ ବିଭିନ୍ନ ସେବା ପାଇଁ ଆବେଦନ କରିପାରିବେ । ଏଥିରେ ଆୟ ପ୍ରମାଣପତ୍ର, ଜନ୍ମ ମୃତ୍ୟୁ ପଞ୍ଜିକରଣ, ଆଇନଗତ ଉତ୍ତରାଧିକାରୀ, ବାସସ୍ଥାନ, ଡ୍ରାଇଭିଂ ଲାଇସେନ୍ସ, ଫର୍ଟିଲାଇଜର ଲାଇସେନ୍ସ, ଆଦି ସେବା ଗୁଡ଼ିକୁ ଉପଲବ୍ଧ ହେବ ।

Leave a Reply

Your email address will not be published. Required fields are marked *