ଚଳିତ ବର୍ଷ ପ୍ରଥମ ଥର ପାଇଁ ଢ଼େଙ୍କାନାଳ ଗଜଲକ୍ଷ୍ମୀ ପୂଜା ନିମନ୍ତେ ମେଢ଼କୁ ଆର୍ଥିକ ସହାୟତା ରାଶି ପ୍ରଦାନ କରିବା ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଢ଼େଙ୍କାନାଳ ଜିଲ୍ଲାର ମୋଟ୍ ୩୮ଟି ମେଢ଼କୁ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବ । ପ୍ରତ୍ୟେକ ମେଢ଼କୁ ୫୦ ହଜାର ଟଙ୍କାର ଆର୍ଥିକ ରାଶି ପ୍ରଦାନ କରାଯିବ । ସର୍ବମୋଟ ୩୮ଟି ମେଢ଼କୁ ସମୁଦାୟ ୧୯ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବା ନିମନ୍ତେ ସଂସ୍କୃତି ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । Post navigation ଗତ ଏକ ବର୍ଷରେ ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ଶ୍ରୀମୟୀଙ୍କ ଫଟୋ ଭିଡିଓ ଜାରି କଲା ବିଜେଡି ଶୁଭାରମ୍ଭ ହେଲା ବ୍ରହ୍ମପୁରରୁ ସୁରଟ ମଧ୍ୟରେ ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ୍ ସେବା