ବିଧାନସଭା ମୌସୁମୀ ଅଧିବେଶନର ଷଷ୍ଠ ଦିନରେ ହଟ୍ଟଗୋଳ । ଗୃହ ଆରମ୍ଭରୁ ଭିତରେ କଂଗ୍ରେସ ବିଧାୟକମାନଙ୍କ ହୋହଲ୍ଲା ଦେଖିବାକୁ ମିଳିଛି । କୃଷି ବିଭାଗର ପ୍ରଶ୍ନୋତ୍ତର ଚାଲିଥିବା ବେଳେ ହୋହଲ୍ଲା କରିଥିଲା କଂଗ୍ରେସ । ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ନେଇ ନାରାବାଜି ହୋଇଥିଲା। ପ୍ରଶ୍ନକାଳ ସ୍ୱାଭାବିକ କରିବା ପାଇଁ ବାଚସ୍ପତିଙ୍କ ଅନୁରୋଧ କରିଥିଲେ । ନିଜ ଆସନରେ ଛିଡ଼ା ହୋଇ ଅନୁରୋଧ କଲେ ବାଚସ୍ପତି । ବାରମ୍ବାର ନିବେଦନ ସତ୍ୱେ ବିରୋଧୀ ହୋହାଲ୍ଲା ଜାରି ରଖିବାରୁ ବାଚସ୍ପତି ସୁରମା ପାଢ଼ୀ ଗୃହ କାର୍ଯ୍ୟକୁ ଅପରାହ୍ନ ୧୧ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି । Post navigation ୨୮ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ଯଦି ସଦସ୍ୟଙ୍କ ନମ୍ୱର ନାହିଁ, ତେବେ ନିର୍ବାଚନ ନିୟମାନୁମୋଦିତ ନୁହେଁ: ଶ୍ରୀମୟୀ ମିଶ୍ର