Shreemayee Mishra suspended from BJD; reacts on social media
ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜେଡି ମହିଳା ଶାଖାର ସାଧାରଣ ସମ୍ପାଦିକା ଶ୍ରୀମୟୀ ମିଶ୍ରଙ୍କୁ ଦଳରୁ ନିଲମ୍ବନ କରାଯାଇଛି । କେବଳ ଶ୍ରୀମୟୀ ନୁହଁନ୍ତି ମୟୂରଭଞ୍ଜ ଜିଲ୍ଲାର ଆଉ ୨ ସଦସ୍ୟ ସୁବାସ ଚନ୍ଦ୍ର ସାଇ ଏବଂ ପ୍ରବୀର ଚନ୍ଦ୍ର ସାଇଙ୍କୁ ମଧ୍ୟ ବିଜେଡିରୁ ନିଲମ୍ବନ କରାଯାଇଛି ।
 
ଦଳ ବିରୋଧୀ କାର୍ଯ୍ୟ ପାଇଁ ସେମାନଙ୍କୁ ନିଲମ୍ବନ କରାଯାଇଥିବା ବିଜେଡିର ଜାରି ହୋଇଥିବା ନୋଟିସରେ ଉଲ୍ଲେଖ ହୋଇଛି । ସୋସିଆଲ ମିଡିଆରେ ଦଳ ବିରୋଧରେ ମନ୍ତବ୍ୟ ଦେଇଥିଲେ ଶ୍ରୀମୟୀ ମିଶ୍ର । ଧୃତରାଷ୍ଟ୍ର ଉପଖ୍ୟାନ ଓ ସନ୍ୟାସୀ କହି ସୋସିଆଲ୍ ମିଡ଼ିଆ ପୋଷ୍ଟ୍ କରି ରାଜନୀତି ମହଲରେ ବିସ୍ଫୋରଣ ସୃଷ୍ଟି କରିଥିଲେ ଶ୍ରୀମୟୀ ।
 
ତେବେ ସସପେଣ୍ଡ ପରେ ମୁହଁ ଖୋଲିଛନ୍ତି ଶ୍ରୀମୟୀ । ସେ କହିଛନ୍ତି, ଆତ୍ମସମ୍ମାନ ଓ ସ୍ୱାଭିମାନ ସହ ସାଲିସ କରିନାହିଁ କି କରିବି ନାହିଁ । ଦୀର୍ଘ ଏକବର୍ଷ ଧରି ଯେଉଁ ଦଳରେ ନାହିଁ ଓ ନିଜର ସଦସ୍ୟତା ନବୀକରଣ କରିନାହିଁ, ସେ ଦଳ ମୋତେ ନିଲମ୍ବନ କରିବା ଜଗତେ କେବଳ ଜନେ ହସିବେ ।
 
ଶ୍ରୀମୟୀ ପୁଣି କହିଛନ୍ତି ଯେ ଜଣେ ଅଣ ଓଡ଼ିଆଙ୍କ ପ୍ରରୋଚନାରେ ଓଡିଶା କୁ ଦୀର୍ଘ ବର୍ଷ ଧରି ଶାସନ କରୁଥିବା ନେତା, ଜଣେ ଓଡ଼ିଆ ଝିଅର ସମ୍ମାନ ସହ ଖେଳିବା କେତେଦୂର ଠିକ ବିଚାର ଆପଣମାନଙ୍କର । ମାଆକୁ ସମ୍ମାନର ଆହ୍ୱାନ ଦେଉଥିବା ଜଣେ ଜନନାୟକଙ୍କର ଦାୟାଦ ଯେ ନିଜେ ନିଷ୍ପତ୍ତି ନେବାରେ ସକ୍ଷମ ନୁହଁ, ଆଜି ପ୍ରମାଣିତ କରିଦେଲେ । ଓଡିଆ ଝିଅ ବୋଲି ପ୍ରମାଣିତ କରିବା ପାଇଁ ଆତ୍ମଗାରିମାକୁ ଜଳାଞ୍ଜଳି ଦେବା ଆଦୌ ଉଚିତ ମନେ କରୁନାହିଁ ବୋଲି ଶ୍ରୀମୟୀ ନିଜ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *