ମହାପ୍ରଭୁଙ୍କ ଅଳଙ୍କାର ରତ୍ନଭଣ୍ଡାରକୁ ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ ହୋଇଛି। ଏ ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ସେ କହିଛନ୍ତି ସକାଳ ୧୦ଟା ୫୫ରୁ ଆରମ୍ଭ ହୋଇଥିଲା ସ୍ଥାନାନ୍ତର । ଅପରାହ୍ନ ୨ଟା ୫୫ରେ ସରିଲା ସ୍ଥାନାନ୍ତର କାର୍ଯ୍ୟ । ମୋଟ ୬ଟି ଆଲମିରା ଏବଂ ୬ଟି ପ୍ୟାକେଟରେ ସମସ୍ତ ଅଳଙ୍କାରକୁ ବନ୍ଦ ଅବସ୍ଥାରେ ସ୍ଥାନାନ୍ତର କରାଯାଇ ରତ୍ନଭଣ୍ଡାରରେ ରଖାଯାଇଛି। ଭିତର ରତ୍ନଭଣ୍ଡାରକୁ ରତ୍ନ ସ୍ଥାନାନ୍ତର ପରେ ୨ଟି ଚାବି ପଡ଼ିଛି । ଏହା ପରେ ମାଜିଷ୍ଟ୍ରେଟ ତଥା ଜିଲ୍ଲାପାଳଙ୍କ ଉପସ୍ଥିତିରେ ରତ୍ନଭଣ୍ଡାରରେ ତାଲା ପକାଯାଇଛି। ରାଜ୍ୟ ସରକାରଙ୍କ SOP ଅନୁସାରେ ସ୍ଥାନାନ୍ତର କରାଯାଇଛି। SOP ଅନୁସାରେ ମଧ୍ୟ ସବୁ କିଛି ଭିଡିଓଗ୍ରାଫି କରାଯାଇଛି। ତେବେ ରତ୍ନ ଅଳଙ୍କାର ଗଣତି ମଣତି ହୋଇନାହିଁ। ଅରବିନ୍ଦ ପାଢ଼ୀ ଆଉ ମଧ୍ୟ କହିଛନ୍ତି ରତ୍ନ ଅଳଙ୍କାର ସ୍ଥାନାନ୍ତର ସମୟରେ ଶ୍ରୀମନ୍ଦିରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ୧୯୭୮ ମସିହାର ତାଲିକା ସହ ମେଳ କରାଯିବ। ଗଣତି ମଣତି କେବେ ହେବ ସେନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ । Post navigation ଆସନ୍ତା ୨୭ ତାରିଖରେ ଓଡ଼ିଶା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋକିମ-ସୋଫିଆଙ୍କ ‘ଶାରଦୀୟ ବନ୍ଧୁମିଳନ’ ରାଜନୀତି