ଭାରତ ବୁଧବାର ଦିନ ‘ଅଗ୍ନି’ ସିରିଜ୍ର ସବୁଠାରୁ ଶକ୍ତିଶାଳୀ କ୍ଷେପଣାସ୍ତ୍ର ‘ଅଗ୍ନି-୫’ର ସଫଳ ପରୀକ୍ଷଣ କରିଛି । ସଂଧ୍ୟା ୬ ଟା ୩୦ ମିନିଟ୍ରେ ଭାରତୀୟ ପ୍ରତିରକ୍ଷା ଓ ଗବେଷଣା ଉନ୍ନୟନ ସଂସ୍ଥା (ଡିଆରଡିଓ) ଏହି ଅନ୍ତଃମହାଦେଶୀୟ କ୍ଷେପଣାସ୍ତ୍ରକୁ ଭଦ୍ରକ ଜିଲ୍ଲା ଧାମରା ନିକଟ ବଙ୍ଗୋପସାଗର ଉପକୂଳ ଅବଦୁଲ କଲାମ୍ ଦ୍ଵୀପରୁ ପରୀକ୍ଷଣ କରିଛି । ଭୂପୃଷ୍ଠରୁ ଭୂପୃଷ୍ଠକୁ ଉତ୍କ୍ଷେପଣ ହେଉଥିବା ‘ଅଗ୍ନି-୫’ର ଲକ୍ଷ୍ୟଭେଦ କ୍ଷମତା ୫୦୦୦ କିମିରୁ ଅଧିକ ରହିଥିବାବେଳେ ଶତ୍ରୁପକ୍ଷର ଏହା ଅଶେଷ କ୍ଷତିସାଧନ କରିବାର ସାମର୍ଥ୍ୟ ରଖିଛି । ଏହା ପାରମାଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି । Post navigation ଲୋକସଭାରେ ପାସ୍ ହେଲା ଅନଲାଇନ୍ ଗେମିଂ ବିଲ୍-୨୦୨୫