ଆଜି ଭୁବନେଶ୍ବରରେ ହେବ ରଥଯାତ୍ରାର ସମୀକ୍ଷା ବୈଠକ। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଏ ନେଇ ସୂଚନା ଦେଇଛନ୍ତି ପୁରୀ ଏସପି ପିନାକ ମିଶ୍ର। ବୈଠକରେ ରଥଯାତ୍ରା ଓ ବାହୁଡ଼ାଯାତ୍ରା ଆଦି ସମ୍ପର୍କରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବ। ଏହି ବୈଠକରେ ଡିଜିପି, ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ, ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ, ପୁରୀ ଜିଲ୍ଲାପାଳ ଓ ଏସପି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଚଳିତ ବର୍ଷ ବାହୁଡ଼ା ବେଳେ ଶରଧାବାଲି ଦଳାଚକଟାରେ ୩ ଜଣଙ୍କ ଜୀବନ ଯାଇଥିଲା । ଏହି ଘଟଣାକୁ ନେଇ ସରକାର ଓ ପ୍ରଶାସନିକ କଳ ସମାଲୋଚିତ ହୋଇଥିଲା। ସେହିପରିରଥଯାତ୍ରା, ବାହୁଡ଼ା ସମେତ ଶ୍ରୀମନ୍ଦିରରେ ପାଳନ ହେଉଥିବା ଦୈନନ୍ଦିନ ନୀତିକାଠି ଓ ଉତ୍ସବ ପାଳନରେ ବିଶୃଙ୍ଖଳା ଦେଖାଦେଉଛି। ଏହି ସବୁକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ତାଙ୍କ ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ୱ ପୂର୍ଣ ବୈଠକ ବସିବାକୁ ଯାଉଛି। Post navigation ଦିଲ୍ଲୀରେ ଅମିତ ଶାହାଙ୍କୁ ଭେଟିଲେ ମନମୋହନ ସାମଲ ସେପ୍ଟେମ୍ବରରୁ ଓଡ଼ିଶାରେ ଆରମ୍ଭ ହେବ ଏସ୍ଆଇଆର୍