ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବେ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି । ଏହି ଅବସରରେ ସାମଲ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସୌଜନ୍ୟମୂଳକ ଭାବେ ସାକ୍ଷାତ କରିଛନ୍ତି । ଏ ନେଇ ମନମୋହନ ତାଙ୍କ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି । ଏହି ଅବସରରେ ରାଜ୍ୟର ବିକାଶ, ସାଂଗଠନିକ ସୁଦୃଢ଼ୀକରଣ ସମେତ ବିଭିନ୍ନ ଗୁରୁତ୍ତ୍ୱପୁର୍ଣ୍ଣ ବିଷୟ ସମ୍ଵନ୍ଧରେ ଶାହାଙ୍କ ସହିତ ଆଲୋଚନା କରିଥିବା ସେ ଉଲ୍ଲେଖ କରିଛନ୍ତି । ରାଜ୍ୟ କମିଟି ଏବଂ ବୋର୍ଡ ନିଗମ ନିଯୁକ୍ତିକୁ ନେଇ ରାଜ୍ୟ ରାଜନୀତିରେ ବେଶ ଆଲୋଚନା ଚାଲିଛି । ଏଣୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନୂଆଦିଲ୍ଲୀ ଗସ୍ତକୁ ଗୁରୁତ୍ୱର ସହ ନିଆଯାଉଛି । Post navigation ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ; ଖୁବଶୀଘ୍ର ନିଯୁକ୍ତ ହେବେ ୧୮୪୦ ଡାକ୍ତର, ୫୦୦୦ରୁ ଉର୍ଦ୍ଧ୍ଵ ପାରାମେଡିକାଲ ଷ୍ଟାଫ ଆଜି ବସିବ ରଥଯାତ୍ରାର ସମୀକ୍ଷା ବୈଠକ