ଜରୁରୀ କାଳୀନ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।ରାଜ୍ୟରେ ବଢ଼ୁଥିବା ଅପରାଧକୁ ଆଜି ଅପରାହ୍ନରେ ବସିବ ଜରୁରୀ କାଳୀନ ବୈଠକ।ଅପରାହ୍ନ ୩ଟାରେ ଲୋକସଭା ଭବନରେ ରାଜ୍ୟର ଆଇନଶୃଙ୍ଖଳା ସ୍ଥିତିକୁ ନେଇ ବୈଠକ ବସିବାକୁ ଯାଉଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସହ କ୍ରାଇମବ୍ରାଞ୍ଚ, ଗୁଇନ୍ଦା ଡିଜିଙ୍କ ଅନ୍ୟାନ୍ୟ ଅଧିକାରୀ ମଧ୍ୟ ଯୋଗଦେବେ । ଏହା ସହ ଏହି ବୈଠକରେ ଗୃହ ସଚିବ ଉପସ୍ଥିତି ରହିବେ । ବର୍ଷକର ତଥ୍ୟ ଧରି ବୈଠକକୁ ଆସିବାକୁ ଡିଜିପିଙ୍କୁ ଦିଆଯାଇଛି ନିର୍ଦ୍ଦେଶ। ତା ସହିତ କ୍ରାଇମବ୍ରାଞ୍ଚ ଓ ଗୁଇନ୍ଦା ଡିଜି ମଧ୍ୟ ଦେବେ ସ୍ୱତନ୍ତ୍ର ରିପୋର୍ଟ ବୋଲି ସୂଚନା ମିଳିଛି। ତେବେ ଦିନକୁ ଦିନ ବଢୁଥିବା ଅପରାଧର ମାମଲାକୁ କିପରି ରୋକାଯାଇପାରିବ ସେନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। Post navigation ପଟ୍ଟାମୁଣ୍ଡାଇରେ ଛାତ୍ରୀ ଜିଅନ୍ତା ଜଳିଯିବା ମାମଲା: ପୁରୁଷ ବନ୍ଧୁଙ୍କୁ ଅଟକ ରଖିଲା ପୋଲିସ ଛୁଟିରେ ଗଲେ କ୍ରାଇମବ୍ରାଞ୍ଚ ଆଇଜି, ଏସ୍ପିଙ୍କୁ ତଦନ୍ତ ଦାୟିତ୍ବ