ପଟ୍ଟାମୁଣ୍ଡାଇରେ ଛାତ୍ରୀ ଜିଅନ୍ତା ଜଳିଯିବା ମାମଲାରେ ଛାତ୍ରୀଙ୍କ ପୁରୁଷ ବନ୍ଧୁଙ୍କୁ ଅଟକ ରଖିଲା ପୋଲିସ । ଚେନ୍ନାଇରୁ ଯୁବକକୁ ପୋଲିସ ଓଡ଼ିଶା ଆଣୁଥିବା ସୂଚନା ମିଳିଛି । ଯୁବକଙ୍କ ନାଁରେ ବ୍ଲାକ୍‌ମେଲିଂ କରିଥିବା ଅଭିଯୋଗ ରହିଛି। ମୁଖ୍ୟ ଅଭିଯୁକ୍ତ ହେଲା ଗଣେଶ୍ୱର ବେହେରାଙ୍କ ପୁଅ ପ୍ରମୋଦ ବେହେରା ।

ଯୁବକକୁ କେନ୍ଦ୍ରାପଡା ପୋଲିସ ମୁଖ୍ୟାଳୟ ନିଆଯିବ । ପୋଲିସ ଟିମ୍ ସହ ଫରେନ୍ସିକ ଟିମ୍ ଆଜି ପୁଣି ଥରେ କାଠିଆପଡା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବେ । ପୋଲିସ ପୁରୁଷ ବନ୍ଧୁକୁ ପଚରା ଉଚୁରା କରିବା ସହ କୋର୍ଟରେ ହାଜର କରାଇ ରିମାଣ୍ଡରେ ନେବ ।

ସୂଚନାଯୋଗ୍ୟ, ପଟ୍ଟାମୁଣ୍ଡାଇରେ ଛାତ୍ରୀ ଜିଅନ୍ତା ଜଳିଯିବା ଘଟଣାରେ ଯୁବତୀଙ୍କୁ ତାଙ୍କ ପୁରୁଷ ବନ୍ଧୁର ବାରମ୍ବାର ବ୍ଲାକମେଲିଂ ଧମକର ଶିକାର ହେବା ପରେ ଦେହରେ କିରୋସିନି ଢାଳି ଆତ୍ମହତ୍ୟା କରିଥିଲେ । ପ୍ରେମିକ ଜଣକ ତାଙ୍କର ଅଶ୍ଳୀଳ ଫଟୋ ସୋସିଆଲ ମିଡିଆରେ କରିବା ସହ ଯୁବତୀଙ୍କୁ ବ୍ଲାକମେଲିଂ କରିଥିଲେ । ଯୁବତୀ ଏହି ବିଷୟରେ ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାର ଲୋକେ ଥାନାକୁ ଯାଇ ସଂପୃକ୍ତ ଯୁବକଙ୍କ ବିରୋଧରେ ଅଭିଯୋଗ କରିଥିଲେ । ହେଲେ ପୋଲିସ ଏଫଆଇଆର ରୁଜୁ କରି ନ ଥିଲା । ଯୁବକର ବ୍ଲାକମେଲିଂରେ ହତାଶ ହୋଇ ଶେଷରେ ନିଜର ଜୀବନ ହାରିବାକୁ ଚରମ ନିଷ୍ପତ୍ତି ନେଇଥିଲେ ଯୁବତୀ । ଆଉ ଘରେ କେହି ନ ଥିବା ସମୟରେ ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇଥିବା ଅଭିଯୋଗ ଆଣିଛନ୍ତି ଯୁବତୀଙ୍କ ପିତା।

Leave a Reply

Your email address will not be published. Required fields are marked *