ଅଗଷ୍ଟ ୩୧ ତାରିଖରେ ହେବ ସ୍ପେଶାଲ୍ OTET ପରୀକ୍ଷା ।OTET ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ବିବାଦ ପରେ ନୂଆ ପରୀକ୍ଷା ତାରିଖ ଜାରି କରିଛି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) । ୨ ସିଟିଂରେ କରାଯିବ ପରୀକ୍ଷା । ସକାଳ ୯ଟାରୁ ୧୧.୩୦ ଯାଏଁ ପେପର୍-୧ ପରୀକ୍ଷା ହେବ ଆଉ ଦିନ ୨ଟାରୁ ସାଢେ ୪ଟା ଯାଏଁ ପେପର୍-୨ ପରୀକ୍ଷା ହେବ । ଏଥିପାଇଁ ଅଗଷ୍ଟ ୨୨ରୁ ୱେବ୍ସାଇଟ୍ରେ ଉପଲବ୍ଧ ହେବ ଆଡ୍ମିଟ୍ କାର୍ଡ । ପୂର୍ବରୁ ୨୦ ଜୁଲାଇରେ ପରୀକ୍ଷା ହେବାର ଥିଲା । ମାତ୍ର ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହୋଇ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଜୁଲାଇ ୧୯ ତାରିଖ ରାତିରେ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସୂଚନା ଯୋଗ୍ୟ; ପ୍ରାଥମିକ ଶିକ୍ଷାରେ ନିୟୋଜିତ ଇନ୍ ସର୍ଭିସ୍ ଶିକ୍ଷକମାନଙ୍କ ପାଇଁ ସ୍ବତନ୍ତ୍ର ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସ୍ପେସାଲ୍ ଓଟିଇଟି) ପାଇଁ ୭୫ ହଜାର ୪୦୩ ଜଣ ଇନ୍ ସର୍ଭିସ୍ ଶିକ୍ଷକ ପରୀକ୍ଷା ଦେବା ପାଇଁ ଆବେଦନ କରିଥିଲେ । ରାଜ୍ୟରେ ୩୦ଟି ଜିଲ୍ଲାରେ ୧୯୩ଟି ପରୀକ୍ଷା କେନ୍ଦ୍ର ଚୟନ କରାଯାଇଥିଲା । ପ୍ରଶ୍ନପତ୍ର ଭାଇରାଲ ହେବା ପରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ ଯେ, OTET ପ୍ରଶ୍ନପତ୍ର ଲିକ ଘଟଣାର କ୍ରାଇମ୍ ବ୍ରାଞ୍ଚ ତଦନ୍ତ କରୁଛି । ତଦନ୍ତରେ ପ୍ରଶ୍ନପତ୍ର ପ୍ରଘଟରେ ଜଡିତ କିଛି ଲୋକଙ୍କୁ ଗିରଫ ମଧ୍ୟ କରାଯାଇଛି । ଯିଏ ଏପରି କରିଛନ୍ତି ବା ଯିଏ ବି ସାମିଲ ଅଛନ୍ତି ତାଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । Post navigation ରାଜ୍ୟରେ ଖୋଲିବ ମଡେଲ୍ ମଣ୍ଡି: ପ୍ରଦୀପ ବଳସାମନ୍ତ ଅର୍ଚ୍ଚନା ଦାଶ ଓ ସୌରଭ ମହାପାତ୍ରଙ୍କ ଘର କଳିରେ ନୂଆ ମୋଡ଼