HC Directs Odisha Govt to Complete New Lokayukta Appointment Within 6 Weeks

୧୫ ଶିକ୍ଷକଙ୍କ ବଦଳି ପାଇଁ ସାଂସଦ ଓ ବିଧାୟକଙ୍କ ସୁପାରିସ୍ ପ୍ରସଙ୍ଗ । ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ । ଆବେଦନକାରୀ ଶିକ୍ଷକଙ୍କ ବଦଳି ନିର୍ଦ୍ଦେଶ ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଦେଇଛନ୍ତି । ୪ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି ।

ବଦଳି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ କିଛି ଶିକ୍ଷକ ।

ସୂଚନା ଯୋଗ୍ୟ; ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଦିଆଯାଇଥିବା ନିର୍ଦ୍ଦେଶ ଅନୁସାରେ  ସାଂସଦ-ବିଧାୟକ ଶିକ୍ଷକ ବଦଳି ପାଇଁ ସୁପାରିସ କରିପାରିବେ। ସାଂସଦ ଏବଂ ବିଧାୟକ ସର୍ବାଧିକ ୧୫ ଜଣ ଶିକ୍ଷକଙ୍କ ବଦଳି ସୁପାରିସ କରିପାରିବେ। ଆଉ ଏହା ତାଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ହୋଇଥିବା ଆବଶ୍ୟକ। ଶିକ୍ଷକ ବଦଳି ନେଇ ସୁପାରିସ ପତ୍ର ଜିଲ୍ଲାପାଳଙ୍କୁ ଦାଖଲ କରିବା  ପରେ ବଦଳି ପ୍ରସ୍ତାବ ସହ କାର୍ଯ୍ୟକାରୀ ହେବ ବୋଲି ଚିଠି କରାଯାଇଥିଲା । ଯାହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ କିଛି ଶିକ୍ଷକ ।

Leave a Reply

Your email address will not be published. Required fields are marked *