ସି-ସୋର ଚିଟଫଣ୍ଡ ଠକେଇ ମାମଲାରେ ବାଲେଶ୍ୱରର ପୂର୍ବତନ ସାଂସଦ ରବିନ୍ଦ୍ର ଜେନାଙ୍କ ଅଡୁଆ ବଢିଲା । ସିବିଆଇକୁ ତଦନ୍ତରେ ସହଯୋଗ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପରବର୍ତ୍ତୀ ଶୁଣାଣି ଯାଏଁ ରବିନ୍ଦ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଉପରେ ଅଙ୍କୁଶ ଲଗାଇଛନ୍ତି ।

ଏହା ସହ ରବୀନ୍ଦ୍ର ଜେନା ହାଜର ହୋଇ ପକ୍ଷ ରଖିବାକୁ ନୋଟିସ୍‍ କରିଛି ସିବିଆଇ । ଆସନ୍ତା ୧୪ ତାରିଖରେ ହାଜର ହୋଇ ନୋଟିସ୍‍ କରିଛି ସିବିଆଇ । କେସ୍‍ ସମ୍ବନ୍ଧୀୟ ରେକର୍ଡ ପତ୍ର ଯୋଗାଇ ଦେବାକୁ ହାଇକୋର୍ଟ ଆସିଥିଲେ ରବୀନ୍ଦ୍ର।

ସୂଚନା ଯୋଗ୍ୟ; ସିସୋର ଚିଟଫଣ୍ଡ ଠକେଇ ମାମଲାରେ ବାଲେଶ୍ବରର ପୂର୍ବତନ ସାଂସଦ ରବିନ୍ଦ୍ର ଜେନା ୧.୭୫ କୋଟି ଟଙ୍କା ସଂପୃକ୍ତ ସଂସ୍ଥା ପାଖରୁ ନେଇଥିଲେ। ୨୦୧୪ରେ ହୋଇଥିବା ଏହି ଚିଟଫଣ୍ଡ ଠକେଇ ମାମଲାରେ ରାଜ୍ୟର ଅନେତ ନେତା ଫସିଥିଲେ ଏବଂ ପରେ ଜେଲ୍ ମଧ୍ୟ ଯାଇଥିଲେ। କୋଟି କୋଟି ଟଙ୍କାର ଦୁର୍ନୀତିରେ ଜେନାଙ୍କ ସମେତ ବିଜେଡିର କିଛି ନେତାଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଜାତୀୟ ତଦନ୍ତ ସଂସ୍ଥା ୨୦୧୪ ମେ ମାସରେ ମାମଲା ହାତକୁ ନେବା ପରେ ଜଣାପଡ଼ିଥିଲା। ଭାରତର ସୁପ୍ରିମକୋର୍ଟ ସିବିଆଇକୁ ଏହି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Leave a Reply

Your email address will not be published. Required fields are marked *