ତେଲେଙ୍ଗାନାର ଏକ କାରଖାନାରେ ଘଟିଥିବା ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ବ୍ୟକ୍ତିମାନଙ୍କ ପରିବାର ପାଇଁ ସହାୟତା ରାଶି ଘୋଷଣା କଲେ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ୧୦ ଲକ୍ଷ ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ ନେଇ ଘୋଷଣା କରିଛନ୍ତି । ଏହା ସହିତ ରାଜ୍ୟ ସରକାରଙ୍କ ଏକ ଅଧିକାରୀ ଦଳ ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର ଓ ଚିକିତ୍ସା କାର୍ଯ୍ୟର ଅନୁଧ୍ୟାନ କରୁଛନ୍ତି।

ସୂଚନା ଯୋଗ୍ୟ; ତେଲେଙ୍ଗାନା ସାଙ୍ଗାରେଡ୍ଡୀ ଜିଲ୍ଲାରେ ଥିବା ସିଗାଚୀ କମ୍ପାନୀରେ ବିସ୍ଫୋରଣରେ ପ୍ରାଣ ହରାଇଥିବା ୪୦ଙ୍କ ମଧ୍ୟରୁ ୮ ଜଣ ଓଡ଼ିଆ ଶ୍ରମିକ ଥିଲେ । ମୃତକମାନେ ହେଲେ ଗଞ୍ଜାମ ଛତ୍ରପୁରର ରାଜନାଲା ଜଗନ୍ ମୋହନ, ମହାନନ୍ଦପୁରର ସିଦ୍ଧାର୍ଥ ଗୌଡ଼ ଓ ବ୍ରହ୍ମପୁର ପ୍ରଶାନ୍ତ ମହାପାତ୍ର, କଟକ ତିଗିରିଆ ଅନ୍ତର୍ଗତ ପାର୍ବତୀପୁର ଗ୍ରାମର ମନୋଜ ରାଉତ, ଯାଜପୁର ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ଏରବଙ୍କ ଗ୍ରାମର ଦୋଳ ଗୋବିନ୍ଦ ସାହୁ ଏବଂ ନବରଙ୍ଗପୁର ଜିଲ୍ଲାର ଚଇତୁ ଭତ୍ରା ଓ ରମେଶ ଗୌଡ଼  ।

Leave a Reply

Your email address will not be published. Required fields are marked *