ବିଏମସି ଅରିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ ଦାବିରେ ଆନ୍ଦୋଳନ କରୁଥିବା ଓଏଏସ ସଂଘ ଆଜି ଆନ୍ଦୋଳନରୁ ଓହରିଛି । ଗୁରୁବାର ରାତିରେ ଘଟଣାର ସେମାନେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି କହୁଥିବା ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ପୋଲିସ ଗିରଫ କରିବା ପରେ ସଂଘ ଆନ୍ଦୋଳନରୁ ହଟିଥିବା ସୂଚନା ଦିଆଯାଇଛି । ପୂର୍ବରୁ ଜଗନ୍ନାଥଙ୍କୁ ଗିରଫ ନ କଲା ଯାଏଁ ଓଏଏସ ସଂଘ ସମୂହ ଛୁଟିରେ ରହିବେ ବୋଲି ସଫା ସଫା ଶୁଣାଇଦେଇଥିଲେ । Post navigation ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ବିଜେପି ନେତା ଜଗନ୍ନାଥ ପ୍ରଧାନ ଗିରଫ