Similipal Tiger Reserve to remain closed for tourists from tomorrow
ବର୍ଷା ଋତୁ ଯୋଗୁଁ ପର୍ଯ୍ୟଟକଙ୍କ ପାଇଁ ଆସନ୍ତା ଜୁଲାଇ ୧ ତାରିଖରୁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରହିବ । ଜୁଲାଇ ପହିଲାରୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ବନ୍ଦ ରହିବ ଅଭୟାରଣ୍ୟ । ଏନେଇ ଶିମିଳିପାଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
 
ତେବେ ପର୍ଯ୍ୟଟକମାନେ ଜାମୁଆଣି, ଗୁଡ଼ୁଗୁଡ଼ିଆ, କୁମାରୀ, ବରେହିପାଣି ଓ ରାମତୀର୍ଥ ଇକୋ ଟୁରିଜିମ୍‌ ପ୍ରକଳ୍ପ ବୁଲିପାରିବେ । ପ୍ରତିବର୍ଷ ବର୍ଷା ଋତୁରେ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳରେ ପ୍ରବେଶ ନିଷେଧ କରାଯାଇଥାଏ ।
 
ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ରେଡ ଆଲର୍ଟ ଜାରି ପରେ ତିନିଦିନ ପାଇଁ ଅଙ୍ଗନବାଡି ଓ ଦିନକ ପାଇଁ ସ୍କୁଲ ବନ୍ଦ କରିଛନ୍ତି ଜିଲ୍ଲା ପ୍ରଶାସନ ।

By Nirvay

Leave a Reply

Your email address will not be published. Required fields are marked *