ମାଉସୀ ମା’ଙ୍କ ପାଖରେ ପହଂଚି ସାରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ମହାପ୍ରଭୁଙ୍କୁ ଦେଖିବା ପାଇଁ କାଇଁ କେତେ ଦୂରରୁ ଭକ୍ତମାନେ ଆସିଛନ୍ତି। ଏହି ସମୟରେ ପୁରୀ ଶରଧାବାଲିରେ ଠେଲାପେଲା ଦଳାଚକଟା ଘଟଣା ସାମ୍ନାକୁ ଆସିଛି।  ଶରଧାବାଲିରେ ଠେଲାପେଲାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ ଜଣ ଆହତ ହୋଇଛନ୍ତି। ଭୋରୁ ପହଡ଼ ଖୋଲିବା ପରେ ଦର୍ଶନ ପାଇଁ ଅଧିକ ଭକ୍ତଙ୍କ ଉପସ୍ଥିତିରୁ ଠେଲାପେଲା ପରସ୍ଥିତି ସୃଷ୍ଟି ହୋଇଥିଲା। ତେବେ ମୃତକମାନେ ହେଲେ ଖୋର୍ଦ୍ଧା ଗୋବର୍ଦ୍ଧନପୁର ଅଞ୍ଚଳର ବାସନ୍ତୀ ସାହୁ , ନୟାପଲ୍ଲୀ ଅଞ୍ଚଳର ପ୍ରେମକାନ୍ତ ମହାନ୍ତି ଏବଂ ବାଲିପାଟଣା ଅଠାନ୍ତର ଅଞ୍ଚଳର ପ୍ରଭାତୀ ଦାସ। ତେବେ ଆଜି ଭୋର ୪ ସମୟରେ ଏପରି ଅଘଟଣ ଘଟିଛି।

ସୂଚନା ଅନୁସାରେ, ପୁରୀ ଶରଧାବାଲିରେ ଆଜି ଭୋର ୪ ବେଳେ ରଥ ସମ୍ମୁଖରେ ପ୍ରବଳ ଜନସମାଗମ ଯୋଗୁଁ ଦଳାଚକଟା ପରିସ୍ଥିତି ହୋଇଥିଲା। ଏହି ଠେଲାପେଲାରେ ୫୦ ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ମହିଳା ଏବଂ ଦୁଇଜଣ ପୁରୁଷଙ୍କର ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ତେଣୁ ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତି କରାଯାଇଥିଲା ହେଲେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଭିଡ଼ ଭିତରେ ଚାରକାଠ ବୋଝେଇ ଟ୍ରକ ଭକ୍ତଙ୍କ ଭିଡ ମଧ୍ୟରେ ପଶିବା କାରଣରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି। ଅଚାନକ ଟ୍ରକ ଆସିବାରୁ ଏଭଳି ଭୟାନକ ପରସ୍ଥିତି ସୃଷ୍ଟି ହୋଇଥିଲା। ଯାହା ଠେଲାପେଲା ପରସ୍ଥିତି ସୃଷ୍ଟି ହୋଇଥିଲା ବୋଲି ଭକ୍ତ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *