ଆସନ୍ତାକାଲି ଅନୁଷ୍ଠିତ ହେବ ବିଶ୍ୱପ୍ରସିଦ୍ଧ ରଥାଯାତ୍ରା। ଏହି ଅବସରରେ ରଥଯାତ୍ରା ଦେଖିବାକୁ ପୁରୀ ଆସିବେ ଉପରାଷ୍ଟ୍ରପତି। ଉପରାଷ୍ଟ୍ରପତି ଜଗଦୀପ ଧନକଡଙ୍କ ସମେତ ଅନେକ ଶିଳ୍ପପତି ଓ ଭିଭିଆଇପି ପୁରୀ ଆସି ରଥଯାତ୍ରା ଦେଖିବେ। ଏନେଇ ଆଜି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା । ଏବେ ଠାରୁ କଡା ସୁରକ୍ଷା ବଳୟ ମଧ୍ୟରେ ରହିଛି ଶ୍ରୀକ୍ଷେତ୍ର ପୁରୀ। ଅନ୍ୟପଟେ କାଲି ସକାଳ ୯ଟାରେ ତିନି ରଥକୁ ପ୍ରତିଷ୍ଠା କରାଯିବ। ୯ଟା ୧୫ରେ ମଙ୍ଗଳାର୍ପଣ ପରେ ୯ଟା ୩୦ରୁ ପହଣ୍ଡି ହେବ। ମଧ୍ୟାହ୍ନ ୧୨ଟା ୩୦ ସୁଦ୍ଧା ଦାରୁବିଗ୍ରହ ରଥାରୂଢ଼ ହେବେ। ୨ଟା ୩୦ରୁ ୩ଟା ୩୦ ମଧ୍ୟରେ ଗଜପତି ମହାରାଜା ଛେରାପହଁରା କରିବାକୁ ଥିବାବେଳେ ଚାରମାଳ ଫିଟାଯାଇ ଅପରାହ୍ନ ୪ଟାରେ ରଥଟଣା ଅନୁଷ୍ଠିତ ହେବାକୁ ନିଷ୍ପତ୍ତି ନିଆଯାଇଛି। ସେହିପରି ଆସନ୍ତାକାଲି ପୁରୀ ରଥଯାତ୍ରା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଜି ରାତିରୁ ଟ୍ରାଫିକ କଟକଣା ଜାରି ହେବ । ରଥଯାତ୍ରା ଲାଗି ଭୁବନେଶ୍ୱର ଉତ୍ତରା ଛକ ଠାରୁ ପୁରୀ ପର୍ଯ୍ୟନ୍ତ ୨୭୫ଟି AI ସିସିଟିଭି କ୍ୟାମେରା ଲଗାଯାଇଛି। ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ ନିୟନ୍ତ୍ରଣ ଲାଗି ପୁରୀ ଟାଉନ ଥାନା ରେ ଖୋଲାଯାଇଛି ସ୍ୱତନ୍ତ୍ର ଇଣ୍ଟିଗ୍ରେଟେଡ଼ କମାଣ୍ଡ କଂଟ୍ରୋଲ ରୁମ । ୨୪ଘଣ୍ଟିଆ ଏହି କଣ୍ଟ୍ରୋଲ ରୁମରୁ ସୁରକ୍ଷା କର୍ମୀ ନଜର ରଖିବେ । Post navigation ଭିଜିଲାନ୍ସ ଜାଲରେ ବିଇଓ ଅଫିସ୍ ଆକାଉଣ୍ଟାଣ୍ଟ ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନ୍ରେ ଶୁଭାଂଶୁ ଶୁକ୍ଳା