ସମ୍ଭାବ୍ୟ ବାତ୍ୟା ଅକଭାନ୍ ଆଶଙ୍କାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀମାନଙ୍କର ଛୁଟି ସମ୍ପୂର୍ଣ୍ଣ ଭାବରେ ବାତିଲ୍ କରାଯାଇଛି। ଆଗାମୀ ୬ ଦିନ ଅର୍ଥାତ୍ ନଭେମ୍ବର ୧୮ରୁ ନଭେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର କୌଣସି ବି ସରକାରୀ କର୍ମଚାରୀ ବିନା ଅନୁମତିରେ ମୁଖ୍ୟାଳୟ ଛାଡ଼ି ପାରିବେ ନାହିଁ ବୋଲି ଜିଲ୍ଲାପାଳ ଅମୃତ ଋତୁରାଜ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ପୂର୍ବରୁ ଯେଉଁ ଅଧିକାରୀ କିମ୍ବା କର୍ମଚାରୀମାନେ ଛୁଟି କିମ୍ବା ମୁଖ୍ୟାଳୟ ଛାଡ଼ିବା ପାଇଁ ଅନୁମତି ନେଇଥିଲେ, ସେଗୁଡ଼ିକୁ ମଧ୍ୟ ବାତିଲ୍ କରାଯାଇଛି। ସମସ୍ତଙ୍କୁ ତୁରନ୍ତ ନିଜ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି। Post navigation Cyclone ‘Akvan’ Threat: ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ଅକଭାନ୍ ମୁକାବିଲା: ବେଳାଭୂମି ପର୍ଯ୍ୟଟନ ବନ୍ଦ ଓ ରାଜପଥରେ ପାଟ୍ରୋଲିଂ କଡ଼ାକଡ଼ି ପାଇଁ ଏସଆରସିଙ୍କ ନିର୍ଦ୍ଦେଶ